ଥରୁଛି ଉତ୍ତର ଭାରତ: ପାର୍ବତ୍ୟାଞ୍ଚଳରେ ତୁଷାରପାତ, ଆଇଏମ୍‌ଡିର ଆଲର୍ଟ ଜାରି

Advertisment

ନୂଆବର୍ଷ ସନ୍ଧ୍ୟାରେ ଦେଶରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଛି।  ଦିଲ୍ଲୀ ଏନ୍‌ସିଆର ସମେତ ସମଗ୍ର ଉତ୍ତର ଭାରତ ଜାଡ଼ରେ ଥରୁଛି।   ପାର୍ବତ୍ୟାଞ୍ଚଳରେ ତୁଷାରପାତ  ଜାରି ରହିଛି। ନୂଆଦିଲ୍ଲୀରେ ଲଗାତାର ଚତୁର୍ଥ ଦିନରେ  ଆଜି ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି।

ନୂଆବର୍ଷ ସନ୍ଧ୍ୟାରେ ଦେଶରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଛି।  ଦିଲ୍ଲୀ ଏନ୍‌ସିଆର ସମେତ ସମଗ୍ର ଉତ୍ତର ଭାରତ ଜାଡ଼ରେ ଥରୁଛି।   ପାର୍ବତ୍ୟାଞ୍ଚଳରେ ତୁଷାରପାତ  ଜାରି ରହିଛି। ନୂଆଦିଲ୍ଲୀରେ ଲଗାତାର ଚତୁର୍ଥ ଦିନରେ  ଆଜି ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି।

gddgdg

ନୂଆଦିଲ୍ଲୀ: ନୂଆବର୍ଷ ସନ୍ଧ୍ୟାରେ ଦେଶରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଛି।  ଦିଲ୍ଲୀ ଏନ୍‌ସିଆର ସମେତ ସମଗ୍ର ଉତ୍ତର ଭାରତ ଜାଡ଼ରେ ଥରୁଛି।   ପାର୍ବତ୍ୟାଞ୍ଚଳରେ ତୁଷାରପାତ  ଜାରି ରହିଛି। ନୂଆଦିଲ୍ଲୀରେ ଲଗାତାର ଚତୁର୍ଥ ଦିନରେ  ଆଜି ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି। ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀର କିଛି ଅଂଶରେ  ଦୃଶ୍ୟମାନତା ଯଥେଷ୍ଟ କମିଛି। ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରି ସେଲସିୟସ ଥିବାବେଳେ ସର୍ବାଧିକ ୧୭ ଡିଗ୍ରି ସେଲସିୟସ ରହିଛି।  ଇତିମଧ୍ୟରେ ଆଇଏମ୍‌ଡି ଆଜି ଉତ୍ତର ଏବଂ କେନ୍ଦ୍ରୀୟ ଭାରତ ପାଇଁ ଶୀତ ଲହରୀ ଓ  ଘନ କୁହୁଡ଼ି  ଆଲର୍ଟ ଜାରି କରିଛି।  ପଂଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି।

ପାର୍ବତ୍ୟାଞ୍ଚଳରେ ତୁଷାରପାତ
ଆଇଏମ୍‌ଡିର ଆଲର୍ଟ ଜାରି
ପରବର୍ତ୍ତୀ ନିର୍ଦ୍ଦେଶ  ପର୍ଯ୍ୟନ୍ତ ସବୁ ସ୍କୁଲ୍‌ ବନ୍ଦ ରହିବ

ନଏଡ଼ାରେ  ଶୀତ ଲହରୀ ସ୍ଥିତି ପାଇଁ ଆଜିଠାରୁ   ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ  ଯାଏଁ   ସ୍କୁଲ୍‌ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଯଦି କୌଣସି ବି ସ୍କୁଲ୍‌ ଏହି ନିର୍ଦ୍ଦେଶ ପାଳନ ନକରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀ ରାହୁଲ ପନୱର କହିଛନ୍ତି। ଜାନୁଆରି ୩ରୁ ୬ ପର୍ଯ୍ୟନ୍ତ ନଏଡ଼ାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe