Image Courtesy of NDTV
ନୂଆଦିଲ୍ଲୀ: କିମ୍ ଜୋଙ୍ଗ୍ ଉନ୍ଙ୍କ ଝିଅର ନାଁ ଯାହା, ସେ ନାମଧାରୀ ସମସ୍ତ ଝିଅ ଓ ମହିଳାମାନଙ୍କୁ ନାଁ ବଦଳାଇବା ଲାଗି ଉତ୍ତର କୋରିଆ ବାଧ୍ୟ କରୁଥିବା କଥା ‘ଫକ୍ସ ନିଉଜ୍’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗ୍ ଉନ୍ଙ୍କ ଝିଅର ନାଁ ଜୁ ଅୟେ ଓ ତାକୁ ପ୍ରାୟ ୧୦ ବର୍ଷ।
‘ରେଡିଓ ଫ୍ରି ଏସିଆ’ରୁ ଉଦ୍ଧୃତ କରି ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଉତ୍ତର ପିୟୋଙ୍ଗ୍ୟାଙ୍ଗ୍ ଏବଂ ଦକ୍ଷିଣ ପିୟୋଙ୍ଗ୍ୟାଙ୍ଗ୍ରେ ବାସ କରୁଥିବା ‘ଜୁ ଅୟେ’ ନାମଧାରୀ ଦୁଇଜଣ ମହିଳାଙ୍କ ପାଖକୁ ସେମାନଙ୍କ ‘ବାର୍ଥ ସାର୍ଟିଫିକେଟ୍’ ବଦଳାଇବା ଲାଗି ଆଞ୍ଚଳିକ ସରକାର ଆଦେଶ ଜାରି କରିଛନ୍ତି।
Image Courtesy of South China Morning Postରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ନିରାପତ୍ତା ମନ୍ତ୍ରାଳୟର ‘ରେଜିଡେଣ୍ଟ୍ ରେଜିଷ୍ଟ୍ରେସନ୍ ଡିପାର୍ଟମେଣ୍ଟ୍’ରେ ‘ଜୁ ଅୟେ’ ନାଁ ପଞ୍ଜିକରଣ କରିଥିବା ମହିଳାମାନଙ୍କୁ ଗତକାଲି ଜିଓଙ୍ଗ୍ଜୁ ନଗରୀର ସୁରକ୍ଷା ମନ୍ତ୍ରାଳୟ ଡକାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ନାଁ ପରିବର୍ତ୍ତନ କରିବାକୁ ସେଠାକାର କର୍ତ୍ତୃପକ୍ଷମାନେ ସେମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ନେତା ଓ ତାଙ୍କ ପରିବାରବର୍ଗଙ୍କ ନାମ ନ ରଖିବା ପାଇଁ ପୂର୍ବରୁ ମଧ୍ୟ ଉତ୍ତର କୋରିଆ ଜନସାଧାରଣଙ୍କୁ ବାରଣ କରିଥିଲା ବୋଲି ‘ସାଉଥ୍ ଚାଇନା ମର୍ଣ୍ଣିଙ୍ଗ୍ ପୋଷ୍ଟ୍’ ୨୦୧୪ରେ ରିପୋର୍ଟ କରିଥିଲା। ବିଶେଷକରି, କିମ୍ ଜୋଙ୍ଗ୍ ଉନ୍ ନାଁ ଦେବା ଉପରେ ନିଷେଧାଦେଶ ଜାରି କରାଯାଇଥିଲା।
Follow Us