ସମୁଦ୍ରରେ ‘ରେଡିଓଆକ୍ଟିଭ୍ ସୁନାମି’ ଅସ୍ତ୍ରର ସଫଳ ପରୀକ୍ଷା କରିଥିବା ଉତ୍ତର କୋରିଆର ଦାବି

Advertisment
ସମୁଦ୍ରରେ ‘ରେଡିଓଆକ୍ଟିଭ୍ ସୁନାମି’ ଅସ୍ତ୍ରର ସଫଳ ପରୀକ୍ଷା କରିଥିବା ଉତ୍ତର କୋରିଆର ଦାବି

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆ ଶୁକ୍ରବାର ଦାବି କରିଛି ଯେ ଏହା ସମୁଦ୍ରରେ ‘ରେଡିଓଆକ୍ଟିଭ୍ ସୁନାମି’ ସୃଷ୍ଟିକାରୀ ଆଣବିକ ଶକ୍ତିସମ୍ପନ୍ନ ଜଳ-ତଳ ଡ୍ରୋନ୍‌ର ସଫଳ ପରୀକ୍ଷା କରିଛି, ଯାହା ଶତ୍ରୁପକ୍ଷର ନୌବହର ଓ ବନ୍ଦରଗୁଡ଼ିକୁ ଧ୍ବଂସ କରିଦେଇପାରିବ। ତେବେ ବିଶେଷଜ୍ଞମାନେ ଉତ୍ତର କୋରିଆର ଏହି ଦାବିକୁ ବିଶ୍ବାସ କରିପାରୁ ନାହାନ୍ତି। କୋରୀୟ ଉପଦ୍ବୀପର ଜଳରାଶିରେ ଯୁଦ୍ଧବିମାନବାହୀ ପୋତ ମୁତୟନ ପାଇଁ ଆମେରିକା ଯୋଜନା କରିବା ପରେ ଉତ୍ତର କୋରିଆ ଏଭଳି ପରୀକ୍ଷା କରିଥିବା ସୂଚନା ଦେଇଛି। ଉତ୍ତର କୋରିଆର ନୂଆ ନୂଆ ଅସ୍ତ୍ର ପରୀକ୍ଷା ଏବଂ ଆମେରିକା-ଦକ୍ଷିଣ କୋରିଆର ମିଳିତ ସମରାଭ୍ୟାସ ପରିପ୍ରେକ୍ଷୀରେ ସାମରିକ ଉତ୍ତେଜନା ବୃଦ୍ଧି ପାଇଛି। ପ୍ୟୋଙ୍ଗୟାଙ୍ଗ ଆମେରିକା ଓ ଦକ୍ଷିଣ କୋରିଆ ବିରୋଧରେ ସର୍ବଦା ଯେସାକୁ ତେସା ନୀତି ଅବଲମ୍ବନ କରିଆସୁଛି।

ପ୍ୟୋଙ୍ଗୟାଙ୍ଗର ସରକାରୀ କୋରିଆନ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସିର ସୂଚନା ଅନୁସାରେ, ଉତ୍ତର କୋରିଆର ନୂତନ ଅସ୍ତ୍ର ଉପକୂଳରେ ମୁତୟନ କରାଯିବ କିମ୍ବା ଯୁଦ୍ଧଜାହାଜରେ ଖଞ୍ଜାଯିବ। ଯୁଦ୍ଧ ସମୟରେ ଏହି ମାନବରହିତ ଅସ୍ତ୍ରକୁ ଛାଡ଼ିଦିଆଗଲେ ଏହା ପାଣି ଭିତରେ ବୁଡ଼ିବୁଡ଼ି ଶତ୍ରୁପକ୍ଷର ବନ୍ଦର ବା ଜାହାଜ ତଳେ ବିସ୍ଫୋରଣ ସୃଷ୍ଟି କରିବ। ସେଥିରୁ ରେଡିଓଆକ୍ଟିଭ୍ ସୁନାମି (ତେଜସ୍କ୍ରିୟ ମହାତରଙ୍ଗ) ସୃଷ୍ଟି ହୋଇ ଶତ୍ରୁପକ୍ଷର ବନ୍ଦର ଓ ଯୁଦ୍ଧଜାହାଜଗୁଡ଼ିକୁ ଧ୍ବଂସ କରିଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe