Image Courtesy of NDTV
ସିଓଲ୍: ‘ସର୍ଭେ ସାଟେଲାଇଟ୍ ସିଷ୍ଟମ୍’ ଲାଗି ଉତ୍ତର କୋରିଆ ଆଉ ଗୋଟାଏ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କରିଥିବା କଥା ରାଷ୍ଟ୍ରାୟତ ସମ୍ବାଦ ସରବରାହ ଏଜେନ୍ସି ‘କେସିଏନ୍ଏ’ ରବିବାର ଦିନ ରିପୋର୍ଟ କରିଛି।
ସପ୍ତାହକ ମଧ୍ୟରେ ଉତ୍ତର କୋରିଆ ୨ ଥର ‘ବାଲିଷ୍ଟିକ୍ ମିସାଇଲ୍’ ଉତ୍କ୍ଷେପଣ କରିଥିବା ଗତକାଲି ମଧ୍ୟ ଆଞ୍ଚଳିକ ସେନା କର୍ତ୍ତୃପକ୍ଷମାନେ ରିପୋର୍ଟ କରିଥିଲେ।
ଆଗାମୀ ମାସଗୁଡ଼ିକରେ ଉତ୍ତର କୋରିଆ ପ୍ରମୁଖ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବ ବୋଲି ଆଶଙ୍କା କରି ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ସରକାର ଉତ୍ତର କୋରିଆର ଉପରୋକ୍ତ କ୍ଷେପଣାସ୍ତ୍ର ପରୀକ୍ଷାର ନିନ୍ଦାଗାନ କରିଛନ୍ତି। ଉତ୍ତର କୋରିଆର କୃତ୍ରିମ ଉପଗ୍ରହ ଉତ୍କ୍ଷେପଣକୁ ସେମାନେ ଜାତିସଂଘ ନିରାପତ୍ତା ପରିଷଦ୍ ନିଷିଦ୍ଧ କରିଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଗୋପନ ପରୀକ୍ଷା ବୋଲି ସେମାନେ ବିବେଚନା କରୁଛନ୍ତି।
Image Courtesy of India Today‘କେସିଏନ୍ଏ’ ରିପୋର୍ଟ ଅନୁସାରେ, ‘ସର୍ବେକ୍ଷଣ କୃତ୍ରିମ ଉପଗ୍ରହ ବିକାଶ ଯୋଜନା’ରେ ଉତ୍ତର କୋରିଆର ‘ନ୍ୟାସ୍ନାଲ୍ ଏରୋସ୍ପେସ୍ ଡେଭ୍ଲପ୍ମେଣ୍ଟ୍ ଆଡ୍ମିନିଷ୍ଟ୍ରେସନ୍’ (ଏନ୍ଡିଏ) ଏବଂ ‘ଏକାଡେମି ଅଫ୍ ଡିଫେନ୍ସ୍ ସାଇନ୍ସ୍’ (ଏଡିଏସ୍) ଉତ୍କ୍ଷେପଣ କରୁଛନ୍ତି।
ଏହା ହେଉଛି ଗୋଟିଏ ସପ୍ତାହରେ କୃତ୍ରିମ ଉପଗ୍ରହ ଉପକରଣର ଦ୍ବିତୀୟ ତଥା ଚଳିତ ବର୍ଷର ୯ମ କ୍ଷେପଣାସ୍ତ୍ର ଉତ୍କ୍ଷେପଣ। ଫେବ୍ରୁଆରି ୨୭ ତାରିଖରେ ହୋଇଥିବା ଶେଷ ଉତ୍କ୍ଷେପଣ ଲାଗି କେଉଁ ପ୍ରକାର ରକେଟ୍ ବ୍ୟବହୃତ ହୋଇଥିଲା, ସେ ସଂକ୍ରାନ୍ତରେ ‘କେସିଏନ୍ଏ’ ବିଶଦ୍ ବିବରଣୀ ଦେଇନାହିଁ।
Follow Us