ଆମେରିକା ସହ କଥାବାର୍ତ୍ତା ପୂର୍ବରୁ ନିଜର ଆଣବିକସ୍ଥଳୀ ଧ୍ୱଂସ କରିବାକୁ ଘୋଷଣା କରିଛି ଉତ୍ତର କୋରିଆ

Advertisment
ଆମେରିକା ସହ କଥାବାର୍ତ୍ତା ପୂର୍ବରୁ ନିଜର ଆଣବିକସ୍ଥଳୀ ଧ୍ୱଂସ କରିବାକୁ ଘୋଷଣା କରିଛି ଉତ୍ତର କୋରିଆ

ସିଓଲ/ଓ୍ଵାସିଂଟନ୍‌: ମେ ୨୩ ଓ ୨୫ ତାରିଖ ମଧ୍ୟରେ ଉତ୍ତର କୋରିଆ ତା’ର ଆଣବିକ ପରୀକ୍ଷଣସ୍ଥଳୀକୁ ନଷ୍ଟ କରିଦେବ ବୋଲି ସମୟ ଧାର୍ଯ୍ୟ କରିଛି। ଅବଶ୍ୟ ଏହା ପାଗ ଉପରେ ନିର୍ଭର କରୁଛି ସେଠାକାର ରାଷ୍ଟ୍ରାୟତ ଗଣମାଧ୍ୟମ ପ୍ରକାଶ କରିଛି।

କୋରିୟାନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି କହିଛି କି, ପୁଙ୍ଗିୟେ-ରି ଆଣବିକ ପରୀକ୍ଷଣ ଭୂମିରେ ଥିବା ସୁଡ଼ଙ୍ଗ ସବୁକୁ ବିସ୍ଫୋରଣ କରି ଉଡ଼ାଇ ଦେବା, ପ୍ରବେଶ ପଥ ବନ୍ଦ କରିବା ଏବଂ ଅନୁଧ୍ୟାନ ପାଇଁ ରଖା ଯାଇଥିବା ସମସ୍ତ ସୁବିଧା ଉଠାଇ ଦେବା, ଗବେଷଣାଗାର ଏବଂ ସୁରକ୍ଷାଘାଟୀ ଆଦିକୁ ନଷ୍ଟ କରିବା ଭଳି ଅନେକ କାମ ରହିଛି। ଆଣବିକ ଅସ୍ତ୍ର ପ୍ରତିଷ୍ଠାନ ଏବଂ ସମ୍ପୃକ୍ତ ପ୍ରତିଷ୍ଠାନ ସବୁ ଏହାକୁ ନଷ୍ଟକରିବାକୁ ପଦକ୍ଷେପ ନେଉଛନ୍ତି।

publive-image

ଜୁନ୍‌ ୧୨ ତାରିଖ ଦିନ ସିଙ୍ଗାପୁର ଠାରେ ଉତ୍ତର କୋରୀୟ ନେତା କିମ୍‌ ଜୋନ୍‌-ଉନ୍‌ଙ୍କ ସହ ଏକ ଶିଖର ବୈଠକରେ ବସିବେ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଘୋଷଣା କରିବା ପରେ ଏ ଭଳି ଘୋଷଣା କରାଯାଇଛି। ଟ୍ରମ୍ପ୍‌ଙ୍କ ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପେଓ ଶୁକ୍ରବାର ଦିନ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କଲେ ଉତ୍ତର କୋରିଆ ଉଜ୍ଜ୍ୱଳ ଭବିଷ୍ୟତ ଆଶା କରିବ।

ପୁଙ୍ଗିୟେ-ରିକୁ ବନ୍ଦ କରିବା ପାଇଁ ଗତ ମାସରେ କିମ୍‌ ଘୋଷଣା କରିଥିଲେ। ସେ କହିଥିଲେ କି, ଉତ୍ତର କୋରିଆ ତା’ର ଆଣବିକ ଅସ୍ତ୍ରଶସ୍ତ୍ର ବିକଶିତ କରିବାର ଲକ୍ଷ ହାସଲ କରି ସାରିଥିବାରୁ ଆଉ ପରୀକ୍ଷା କରିବା ଆବଶ୍ୟକ ନାହିଁ। ଅସ୍ତ୍ର ପରୀକ୍ଷଣସ୍ଥଳୀ ଧ୍ୱଂସ ଦେଖିବା ପାଇଁ ସେ ଉଭୟ ଆମେରିକୀୟ ଓ ଦକ୍ଷିଣ କୋରୀୟ ସାମ୍ବାଦିକମାନଙ୍କୁ ଆମନ୍ତ୍ରର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe