କରୋନାଭାଇରସ୍‌ ସଂକ୍ରମଣ ଓ ଆର୍ଥିକ କ୍ଷତି ରୋକିବାକୁ ଉତ୍ତର କୋରିଆର ନେତା କିମ୍‌ଙ୍କ ଅବାନ୍ତର ପଦକ୍ଷେପ

କରୋନା କଟକଣା ନ ମାନିବାରୁ ଜଣେ ବ୍ୟକ୍ତିଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ କିମ୍ ଜଙ୍ଗ ଉନ୍

Image Courtesy of Hindustan Times

ସିଓଲ: କରୋନାଭାଇରସ୍‌ ପ୍ରତିରୋଧ ଏବଂ ଅର୍ଥନୈତିକ କ୍ଷତି ରୋକିବାକୁ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଅବାନ୍ତର ପଦକ୍ଷେପମାନ ଗ୍ରହଣ କରିଛନ୍ତି।

ଅନ୍ୟୂନ ଦୁଇଜଣ ବ୍ୟକ୍ତିଙ୍କୁ ହତ୍ୟା କରିବା ଲାଗି ସେ ଆଦେଶ ଦେଇଛନ୍ତି। ସମୁଦ୍ରରୁ ମାଛ ମାରିବା ଉପରେ ନିଷେଧାଦେଶ ଜାରି କରିଛନ୍ତି ଏବଂ ରାଜଧାନୀ ପାୟୋଙ୍ଗ୍ୟାଙ୍ଗ୍‌କୁ ଲକ୍‌ଡାଉନ୍‌ କରିବା ପାଇଁ ସେ ଆଦେଶ ଦେଇଛନ୍ତି ବୋଲି ଶୁକ୍ରବାର ଦିନ ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍‌ସି ସାଂସଦମାନଙ୍କୁ କହିଛି।

ଯୁକ୍ତରାଷ୍ଟ୍ର ଆମେରିକାକୁ ଉତ୍ତ୍ୟକ୍ତ କରିବା ଭଳି କାର୍ଯ୍ୟକଳାପରୁ ମଧ୍ୟ ନିବୃତ ରହିବାକୁ କିମ୍‌ଙ୍କ ସରକାର ବିଦେଶରେ ଥିବା କୂଟନୀତିଜ୍ଞମାନଙ୍କୁ ଆଦେଶ ଦେଇଛି। ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ଉତ୍ତର କୋରିଆ ପ୍ରତି କୌଣସି ନୂତନ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ବୋଲି କିମ୍‌ଙ୍କର ଆଶଙ୍କା ହୋଇଥିବା କଥା ଜାତୀୟ ଗୁପ୍ତଚର ସେବା ଠାରୁ ଅବଗତ ହେବା ପରେ ଦକ୍ଷିଣ କୋରିଆ ସାଂସଦମାନେ ଗଣମାଧ୍ୟମକୁ କହିଛନ୍ତି।

ହା ତାଏ-କେଉଙ୍ଗ୍‌ ନାମକ ଜଣେ ସାଂସଦ କହିଛନ୍ତି ଯେ, ମହାମାରୀ ଏବଂ ଏହାର ଅର୍ଥନୈତିକ ପ୍ରଭାବ ଯୋଗୁଁ କିମ୍‌ ମାତ୍ରାଧିକ କ୍ରୋଧ ପ୍ରକାଶ କରିବା ସହ ଅବାନ୍ତର ପଦକ୍ଷେପମାନ ଗ୍ରହଣ କରୁଛନ୍ତି।

publive-image Image Courtesy of The Tribune India

ଗତ ମାସରେ ମୁଦ୍ରା ବିନିମୟ ମୂଲ୍ୟ ହ୍ରାସ ପାଇବା ଘଟଣାରେ ଉତ୍ତର କୋରିଆ ପାୟୋଙ୍ଗ୍ୟାଙ୍ଗ୍‌ର ଜଣେ ବହୁ ଚର୍ଚ୍ଚିତ ମୁଦ୍ରା ବିନିମୟକାରୀଙ୍କୁ ଉତ୍ତର କୋରିଆ ହତ୍ୟା କରିଥିଲା। ବିଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ସରକାରୀ କଟକଣା ଉଲ୍ଲଂଘନ କରିଥିବା କାରଣରୁ ଅଗଷ୍ଟ ମାସରେ ଜଣେ ପ୍ରମୁଖ ସରକାରୀ ଅଧିକାରୀଙ୍କୁ ମଧ୍ୟ ଉତ୍ତର କୋରିଆ ହତ୍ୟା କରିଥିଲା। ଏ ଦୁଇ ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇନାହିଁ।

ସମୁଦ୍ର ଜଳରାଶିକୁ ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ଲାଗି ଉତ୍ତର କୋରିଆ ମାଛମରା ଏବଂ ଲୁଣ ଉତ୍ପାଦନ ମଧ୍ୟ ନିଷେଧ କରିଛି।

ଭୂତାଣୁ ସଂକ୍ରମଣ ଆଶଙ୍କାରେ ସମ୍ପ୍ରତି ଉତ୍ତର କୋରିଆ ପାୟୋଙ୍ଗ୍ୟାଙ୍ଗ୍‌ ଏବଂ ଉତ୍ତର ଜଗଙ୍ଗ ପ୍ରଦେଶରେ ଲକ୍‌ଡାଉନ୍‌ ଜାରି କରିଛି। ସରକାରୀ ଅଧିକାରୀମାନେ ଅଣସ୍ୱୀକୃତ ସାମଗ୍ରୀ ଏବଂ ବୈଦେଶିକ ମୁଦ୍ରା ଆଣୁ ଥିବା ଉତ୍ତର କୋରିଆର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ଏ ମାସ ପ୍ରାରମ୍ଭରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe