Representative Image Source: India Today
ସିଓଲ: ସୋମବାର ଦିନ ଉତ୍ତର କୋରିଆ ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଦୁଇଟି ଅଜଣା କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରାଳାୟ କହିଛି।
କମାଣରୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ର ଦୁଇଟିକୁ ପୂର୍ବାଞ୍ଚଳ ଉପକୂଳ ସହର ଓନ୍ସାନ୍ରୁ ନିକ୍ଷେପ କରାଯାଇଛି। ପୂର୍ବରୁ ଏହି ସ୍ଥାନରୁ ଉତ୍ତର କୋରିଆ କେତେଗୁଡ଼ାଏ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା।
Image Source: Al Jazeeraଆଜି ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ବିଷୟରେ ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରାଳୟ ସବିଶେଷ ବିବରଣୀ ଦେଇନାହିଁ। ଉତ୍ତର କୋରିଆ ଏ ଭଳି ଆଉ କୌଣସି କ୍ଷେପଣାସ୍ତ୍ର ନିକ୍ଷେପ କରିବ କି, ନାହିଁ ତା’ ଉପରେ ଦୃଷ୍ଟି ରଖାଯାଇଥିବା କଥା ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ଶୁକ୍ରବାର ଦିନ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ ସାମରିକ ଡ୍ରିଲ୍ ପର୍ଯ୍ୟବେକ୍ଷଣ କରିଥିଲେ। ଉତ୍ତର କୋରିଆରେ କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଉଦ୍ୟମ ଚାଲିଥିବା ବେଳେ କିମ୍ ବାହାରକୁ ଆସିବା ଏକ ବିରଳ ଘଟଣା ବୋଲି କୁହାଯାଉଛି।
Follow Us