ଜାତିସଂଘ ବୈଠକ, ଆମେରିକା ସମରାଭ୍ୟାସକୁ ନିନ୍ଦା କରି ୨ଟି ସ୍ବଳ୍ପଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଛାଡ଼ିଲା ଉତ୍ତର କୋରିଆ

Advertisment
ଜାତିସଂଘ ବୈଠକ, ଆମେରିକା ସମରାଭ୍ୟାସକୁ ନିନ୍ଦା କରି ୨ଟି ସ୍ବଳ୍ପଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଛାଡ଼ିଲା ଉତ୍ତର କୋରିଆ

Image Courtesy of Haaretz

ସିଓଲ୍‌: ଆଜି ଉତ୍ତର କୋରିଆ ଜାପାନ ଦିଗରେ ଥିବା ସମୁଦ୍ର ମଧ୍ୟକୁ ୨ଟି ସ୍ବଳ୍ପଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଉତ୍ତର କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ଓ ଜାପାନୀ ସରକାର ରିପୋର୍ଟ କରିଛନ୍ତି।

ଆଜି ନିକ୍ଷେପ କରାଯାଇଥିବା ପ୍ରଥମ କ୍ଷେପଣାସ୍ତ୍ରଟି ୧୦୦ କିଲୋମିଟର୍‌ ଉଚ୍ଚରେ ଗତି କରି ୩୫୦ କିଲୋମିଟର୍‌ ଦୂର ଯାଇଥିବ। ସେହିପରି, ଦ୍ବିତୀୟଟି ୫୦ କିଲୋମିଟର୍‌ ଉଚ୍ଚରେ ଗତିକରି ୮୦୦ କିଲୋମିଟର୍‌ ଦୂରକୁ ଯାଇଥିବ ବୋଲି ଜାପାନୀ ପ୍ରତିରକ୍ଷା ମନ୍ତ୍ରୀ ୟାସୁକାଜୁ ହମାଦା କହିଛନ୍ତି।

publive-image Image Courtesy of Times of India

ସମରାଭ୍ୟାସ ପାଇଁ ଆମେରିକାର ବିମାନବାହୀ ଯୁଦ୍ଧପୋତ ଆସିବା ଓ ଜାତିସଂଘ ନିରାପତ୍ତା ପରିଷଦ୍‌ ବୈଠକରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ନିକ୍ଷେପ ପ୍ରସଙ୍ଗକୁ ବିରୋଧ କରି ଉପରୋକ୍ତ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇଥିବା ଅନୁମାନ କରାଯାଉଛି। ୧୨ ଦିନ ମଧ୍ୟରେ ଏହା ହେଉଛି ଉତ୍ତର କୋରିଆର ୬ଷ୍ଠ କ୍ଷେପଣାସ୍ତ୍ର ପ୍ରୟୋଗ।

ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଆଜି ଉତ୍ତର କୋରିଆର କ୍ଷେପଣାସ୍ତ୍ର ନିକ୍ଷେପକୁ ନିନ୍ଦା କରିଛି। ଆମେରିକାର ବୈଦେଶିକ ବ୍ୟାପାର ମୁଖପାତ୍ର କହିଛନ୍ତି, ଏହା ଜାତିସଂଘ ନିରାପତ୍ତା ପରିଷଦ୍‌ ପ୍ରସ୍ତାବନାର ଉଲ୍ଲଂଘନ ଏବଂ ଆଞ୍ଚଳକ ଦେଶ ଓ ଆନ୍ତର୍ଜାତିକ ସମୁଦାୟ ପ୍ରତି ବିପଦ। କିନ୍ତୁ, ୱାସିଂଟନ୍‌ କୂଟନୈତିକ ଧାରାରେ ଯିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେଥି ପାଇଁ ଆଲୋଚନା କରିବା ଲାଗି ଉତ୍ତର କୋରିଆକୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe