ଜାପାନରେ ପଡ଼ିଲା ଉତ୍ତର କୋରିଆ ନିକ୍ଷେପ କରିଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର

Advertisment
ଜାପାନରେ ପଡ଼ିଲା ଉତ୍ତର କୋରିଆ ନିକ୍ଷେପ କରିଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର

Image Courtesy of NDTV

ସିଓଲ୍‌: ଶନିବାର ଦିନ ଉତ୍ତର କୋରିଆ ନିକ୍ଷେପ କରିଥିବା ଗୋଟାଏ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଜାପାନର ଉପକୂଳବର୍ତ୍ତୀ ସମୁଦ୍ର ଜଳରାଶିରେ ପଡ଼ିଥିବା କଥା ସିଓଲ୍‌ ଓ ଟୋକିଓ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଗକୁ ହେବାକୁ ଥିବା ଆମେରିକା-ଦକ୍ଷିଣ କ‌ୋରିଆ ସାମରାଭ୍ୟାସର କଡ଼ା ଜବାବ ଦିଆଯିବ ବୋଲି ପିୟୋଙ୍ଗ୍ୟାଙ୍ଗ୍‌ ସତର୍କ କରାଇବାର କିଛି ସମୟ ପରେ ଉକ୍ତ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।

ଜାପାନ ସରକାରଙ୍କ ମୁଖ୍ୟ ମୁଖପାତ୍ର ହିରୋକାଜୁ ମାତସୁନୋ ସାମ୍ବାଦିକମାନଙ୍କୁ କହିଛନ୍ତି, ଜାପାନ ନିକ୍ଷେପ କରିଥିବା ‘ଆଇସିବିଏମ୍‌’ ଶ୍ରେଣୀର ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରଟି ୬୬ ମିନିଟ୍‌ କାଳ ଉଡ଼ି ଉଡ଼ି ଆସି ଦେଶର ଉପକୂଳବର୍ତ୍ତୀ ସମୁଦ୍ର ଜଳରାଶି ବା ‘ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌’ରେ ପଡ଼ିଛି।

publive-image Image Courtesy of Yahoo News

ଟୋକିଓର ପ୍ରତିରକ୍ଷା ମନ୍ତ୍ରୀ ୟାସୁକାଜୁ ହାମାଦା କହିଛନ୍ତି, ୧୪,୦୦୦ କିଲୋମିଟର୍‌ ଦୂରକୁ ଉଡ଼ି ଯିବାର କ୍ଷମତା ଉକ୍ତ କ୍ଷେପଣାସ୍ତ୍ରର ଅଛି। ଅର୍ଥାତ୍‌ ଯୁକ୍ତରାଷ୍ଟ୍ର ଆମେରିକାର ମେନ୍‌ଲାଣ୍ଡ୍‌ର ଯେକୌଣସି ସ୍ଥାନରେ ଲକ୍ଷ୍ୟ ଭେଦ କରିବା ପାଇଁ ତା’ର ସାମର୍ଥ୍ୟ ଅଛି।

‌ଏହି କ୍ଷେପଣାସ୍ତ୍ର ନିକ୍ଷେପ ଘଟଣାକୁ ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ତୀବ୍ର ନିନ୍ଦା କରି କହିଛି ଯେ, ନିଜକୁ ଏବଂ ତା’ର ମିତ୍ରରାଷ୍ଟ୍ର ଉତ୍ତର କୋରିଆ ଓ ଜାପାନକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ।

ଆଜି ଉତ୍ତର କୋରିଆ ମଧ୍ୟ କହିଛି ଯେ, ଶନିବାର ଅପରାହ୍ଣରେ ହଠାତ୍‌ ସମରାଭ୍ୟାସ ଆରମ୍ଭ କରି  ସେ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ହ୍ବାସୋଙ୍ଗ୍‌-୧୫’ ନିକ୍ଷେପ କରିଥିଲା। ଏହା ଶତ୍ରୁମାନଙ୍କୁ ପ୍ରତିଆକ୍ରମଣ କରିବା ଲାଗି ଉତ୍ତର କୋରିଆର ପ୍ରସ୍ତୁତିକୁ ସୁନିଶ୍ଚିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe