ଦକ୍ଷିଣ କୋରିଆ, ଆମେରିକା ଓ ଜାପାନ ନୌସେନାର ସମରାଭ୍ୟାସ ଦେଖି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

ଦକ୍ଷିଣ କୋରିଆ, ଆମେରିକା ଓ ଜାପାନ ନୌସେନାର ସମରାଭ୍ୟାସ ଦେଖି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

ସିଓଲ୍‌: ଆଜି ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ ଦୁଇଟି ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ଏହାକୁ ମିଶାଇ ଚଳିତ ସପ୍ତାହରେ ଉତ୍ତର କୋରିଆ ସମୁଦାୟ ୪ଥର କ୍ଷେପଣାସ୍ତ୍ର ପରୀକ୍ଷା କଲାଣି।

ଗତ ୫ ବର୍ଷରେ ପ୍ରଥମ ଥର ନିମନ୍ତେ ଶୁକ୍ରବାର ଦିନ ଦକ୍ଷିଣ କୋରିଆ, ଆମେରିକା ଓ ଜାପାନ ନୌସେନା ତ୍ରିପାକ୍ଷିକ ବୁଡ଼ାଜାହାଜ ନିରୋଧୀ ସମରାଭ୍ୟାସ ପ୍ରଦର୍ଶନ କରିବା ପରେ ଉତ୍ତର କୋରିଆ ଉପରୋକ୍ତ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାଛଡ଼ା, ଚଳିତ ସପ୍ତାହରେ ଏ ଅଞ୍ଚଳକୁ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କ ଗସ୍ତ ମଧ୍ୟ ଉତ୍ତର କୋରିଆକୁ ଉତ୍‌କ୍ଷିପ୍ତ କରିଛି।

publive-image Image Courtesy of MoneyControl

ଉତ୍ତର କୋରିଆର କ୍ଷେପଣାସ୍ତ୍ର ନିକ୍ଷେପ ବିଷୟରେ ବିବୃତି ଦେଇ ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍ସ୍‌ ଅଫ୍‌ ଷ୍ଟାଫ୍‌’ କହିଛନ୍ତି, ଉତ୍ତର କୋରିଆର ରାଜଧାନୀ ପିୟୋଙ୍ଗ୍ୟାଙ୍ଗ୍‌ର ଉତ୍ତର ପାର୍ଶ୍ବରେ ଥିବା ସୁନାନ୍‌ରୁ ୨ଟି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ୩୦ କିଲୋମିଟର୍‌ ଉଚ୍ଚତାରେ ଘଣ୍ଟା ପ୍ରତି ପ୍ରାୟ ୭୪୦୦ କ‌ିଲୋମିଟର୍‌ ବେଗରେ ଗତି କରିଥିବା ଏହି କ୍ଷେପଣାସ୍ତ୍ରର ଆନୁମାନିକ ଲକ୍ଷ୍ୟ ଭେଦ ଦୂରତ୍ବ ହେଉଛି ୩୫୦ କିଲୋମିଟର୍।

publive-image Image Courtesy of CNBC

ଜାପାନର ତଟରକ୍ଷୀ ମଧ୍ୟ ରିପୋର୍ଟ କରିଛି ଯେ, ପିୟୋଙ୍ଗ୍ୟାଙ୍ଗ୍‌ ବାଲିଷ୍ଟିକ୍‌ ବୋଲି ମନେହେଉଥିବା ଅନ୍ୟୂନ ୨ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ୫୦ କିଲୋମିଟର୍‌ ଉଚ୍ଚକୁ ଉଠି ଏହି କ୍ଷେପଣାସ୍ତ୍ର ସବୁ ୪୦୦ରୁ ୩୫୦ କିଲୋମିଟର୍‌ ଦୂରକୁ ଉଡ଼ିଯାଇଥିବା କଥା ଜାପାନର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ତୋଶିରୋ ଇନୋ କହିଛନ୍ତି।

ଆମେରିକାର ‘ଇଣ୍ଡୋ-ପାସିଫିକ୍‌ କମାଣ୍ଡ୍‌’ ମଧ୍ୟ କହିଛି ଯେ, ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା କଥା ଜାଣୁ। କିନ୍ତୁ, ଏହା ଆମେରିକୀୟ ସେନା କର୍ମଚାରୀ ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କ ଅଞ୍ଚଳ ପ୍ରତି ତୁରନ୍ତ କୌଣସି ବିପଦ ସୃଷ୍ଟି କରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe