ସମୁଦ୍ରକୁ ଏକାଧିକ କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ: ଦକ୍ଷିଣ କୋରିଆ ସେନା

Advertisment
ସମୁଦ୍ରକୁ ଏକାଧିକ କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ: ଦକ୍ଷିଣ କୋରିଆ ସେନା

Image Courtesy of Money Control

ସିଓଲ୍‌: କୋରୀୟ ଉପଦ୍ବୀପର ପଶ୍ଚିମ ପ୍ରାନ୍ତ ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ କେତେଗୁଡ଼ିଏ କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ ‌କୋରିଆ ସେନା କହିଛି।

ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ (ଜେସିଏସ୍‌) କହିଛନ୍ତି, ଚୀନ୍‌ ଏବଂ କୋରୀୟ ଉପଦ୍ବୀପ ମଧ୍ୟବର୍ତ୍ତୀ ‘ପୀତ ସାଗର’ (ୟେଲୋ ସି) ମଧ୍ୟକୁ ଉତ୍ତର କୋରିଆ କେତେଗୁଡ଼ିଏ କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଶୁକ୍ରବାର ପାହାନ୍ତା ୪ଟା ବେଳେ ଉପରୋକ୍ତ କ୍ଷେପଣାସ୍ତ୍ରଗୁଡ଼ିକୁ ନିକ୍ଷେପ କରାଯାଇଛି ବୋଲି ଦକ୍ଷିଣ କୋରିଆ ସେନା ସୂଚନା ଦେଇଛି। କିନ୍ତୁ, ପ୍ରକୃତରେ କେତୋଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି ଓ ସେଗୁଡ଼ିକ କେତେ ଦୂର ଗତି କରିଛନ୍ତି ସେ ବିଷୟରେ ତୁରନ୍ତ କୌଣସି ସୂଚନା ହସ୍ତଗତ ହୋଇନାହିଁ।

North Korea fires strategic cruise missiles as U.S. and South Korea hold nuclear attack drill | The Japan Times Image Courtesy of The Japan Times

ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ କୋରିଆ ସେନା ଉକ୍ତ କ୍ଷେପଣାସ୍ତ୍ର ନିକ୍ଷେପଣ ସଂକ୍ରାନ୍ତରେ ବିଶ୍ଳେଷଣ କରୁଥିବା କଥା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, କଡ଼ା ପହରା ବ୍ୟବସ୍ଥା କରାଯାଇଥିବା ଉତ୍ତର କୋରିଆ ସୀମାକୁ ମଙ୍ଗଳବାର ଦିନ ଆକସ୍ମିକ ଭାବେ ପ୍ରବେଶ କରିଥିବା ଜଣେ ଆମେରିକୀୟ ସୈନିକଙ୍କ ପ୍ରସଙ୍ଗରେ ପିୟୋଙ୍ଗ୍ୟାଙ୍ଗ୍‌ (ଉତ୍ତର ‌କୋରିଆର ରାଜଧାନୀ/ଶାସନ ମୁଖ୍ୟ) ନିରବ ରହିବା ଫଳରେ ଦୁଇ କୋରୀୟ ରାଷ୍ଟ୍ର ମଧ୍ୟରେ ଥିବା ତିକ୍ତ ସମ୍ପର୍କ ଆହୁରି ତିକ୍ତ ହୋଇଯାଇଛି। ୫ ଦିନ ବିତି ଯାଇଥିଲେ ବି ଉତ୍ତର କୋରିଆ ଉକ୍ତ ସୈନିକଙ୍କ ପ୍ରସଙ୍ଗରେ ସର୍ବସାଧାରଣରେ କିଛି ବିବୃତି ଦେଇନାହିଁ।

ମାତ୍ର ୩ ଦିନ ପୂର୍ବରୁ ଉତ୍ତର କୋରିଆ ଜାପାନ ଆଡ଼କୁ ୨ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe