Image Courtesy of Deccan Herald
ସିଓଲ୍: ଆଜି ଉତ୍ତର କୋରିଆ ତା’ର ପୂର୍ବ ଉପକୂଳ ଅନ୍ତର୍ଗତ ସମୁଦ୍ର ଜଳରାଶି ମଧ୍ୟକୁ ବୁଡ଼ାଜାହାଜରୁ ଗୋଟାଏ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥାଇ ପାରେ ବୋଲି ଦକ୍ଷିଣ କୋରିଆ ସେନାର ‘ଜଏଣ୍ଟ୍ ଚିଫ୍ସ୍ ଅଫ୍ ଷ୍ଟାଫ୍’ କହିଛନ୍ତି।
ଦକ୍ଷିଣ କୋରିଆ ସେନା କହିଛି ଯେ, ଆଜି ଭୋର୍ ୫.୦୭ରେ ସିନ୍ପୋ ଅଞ୍ଚଳରୁ ଉତ୍ତର କୋରିଆ ତା’ର ପୂର୍ବତଟ ସମୁଦ୍ରରେ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ରଟି ବୁଡ଼ାଜାହାଜରୁ ନିକ୍ଷେପ କରାଯାଉଥିବା ବାଳିଷ୍ଟିକ୍ କ୍ଷେପଣାସ୍ତ୍ର ପରି ମନେହେଉଛି। ସିନ୍ପୋ ଅଞ୍ଚଳରେ ପରୀକ୍ଷା ନିମନ୍ତେ ଉତ୍ତର କୋରିଆ ବୁଡ଼ାଜାହାଜ ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖିଥାଏ।
ତିନି ଦିନ ପୂର୍ବେ ମଧ୍ୟ ଉତ୍ତର କୋରିଆ ଗୋଟାଏ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଉତ୍ତର କୋରିଆ ଆଣବିକ ଅସ୍ତ୍ର ପରୀକ୍ଷା କରିପାରେ ବୋଲି ଆଶଙ୍କା ଦେଖା ଦେଇଥିବା ବେଳେ ପିୟୋଙ୍ଗ୍ୟାଙ୍ଗ୍ ଗୋଟିକ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି।
Image Courtesy of CNBCଜାପାନ ସାଗର ପ୍ରତି ଉଦ୍ଦେଶ୍ୟ କରି ସିଓଲ୍ର ‘ଜଏଣ୍ଟ୍ ଚିଫ୍ ଅଫ୍ ଷ୍ଟାଫ୍’ କହିଛନ୍ତି, ପୂର୍ବ ସାଗର ମଧ୍ୟକୁ ଉତ୍ତର କୋରିଆ ଅନ୍ୟୂନ ଗୋଟାଏ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।
ପ୍ରତିରକ୍ଷା ମନ୍ତ୍ରାଳୟରୁ ସୂଚନା ସଂଗ୍ରହ କରି ‘ଜାପାନ ତଟରକ୍ଷୀ’ କହିଛି ଯେ, ଉତ୍ତର କୋରିଆ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଭଳି ଜଣାପଡୁଥିବା ଗୋଟାଏ ଅସ୍ତ୍ର ନିକ୍ଷେପ କରିଛି। ଏଥିସହ, ନିଜର ଯୁଦ୍ଧପୋତଗୁଡ଼ିକୁ ସତର୍କ ରହିବାକୁ ଜାପାନ ସାବଧାନ କରାଇ ଦେଇଛି।
ଏଥରକୁ ମିଶାଇ ଏହା ହେଉଛି, ଚଳିତ ବର୍ଷରେ ଏପର୍ଯ୍ୟନ୍ତ ଆଣବିକ ଅସ୍ତ୍ରରେ ବଳୀୟାନ୍ ଉତ୍ତର କୋରିଆର ୧୫ଶ ଅସ୍ତ୍ର ପରୀକ୍ଷା। ବୁଧବାର ଦିନ ଉତ୍ତର କୋରିଆ ଯେଉଁ କ୍ଷେପଣାସ୍ତ୍ରଟି ପରୀକ୍ଷା କରିଥିଲା ତାହା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଥିଲା ବୋଲି ସିଓଲ୍ ଏବଂ ଟୋକିଓ କହିଛନ୍ତି। କିନ୍ତୁ, ଉତ୍ତର କୋରିଆର ରାଷ୍ଟ୍ରୟାତ ଗଣମାଧ୍ୟମ ଏ ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେଇନାହିଁ।
ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଉପରେ ଆନ୍ତର୍ଜାତିକ କଟକଣାକୁ ବେଖାତିର କରି ଉତ୍ତର କୋରିଆ ଚଳିତ ବର୍ଷ ହଠାତ୍ ତା’ର ଅସ୍ତ୍ରଶସ୍ତ୍ର ପରୀକ୍ଷା ବୃଦ୍ଧି କରିଛି।
Follow Us