ଦକ୍ଷିଣ କୋରିଆରେ ପହଞ୍ଚିଲା ଆମେରିକାର ବୁଡ଼ାଜାହାଜ; ସମୁଦ୍ରକୁ ୨ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

Advertisment
ଦକ୍ଷିଣ କୋରିଆରେ ପହଞ୍ଚିଲା ଆମେରିକାର ବୁଡ଼ାଜାହାଜ; ସମୁଦ୍ରକୁ ୨ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

Image Courtesy of The Straits Times

ସିଓଲ୍‌: ଆଜି ଉତ୍ତର କୋରିଆ ତା’ର ପୂର୍ବାଞ୍ଚଳ ସମୁଦ୍ର ମଧ୍ୟକୁ ଦୁଇଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଜାପାନ ଓ ଦକ୍ଷିଣ କୋରିଆ ସେନା କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ଗୋଟାଏ ଆଣବିକ ଅସ୍ତ୍ରବାହୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଥିବା ବୁଡ଼ାଜାହାଜ ଦକ୍ଷିଣ କୋରିଆ ବନ୍ଦରରେ ପହଞ୍ଚିବାର କିଛି ସମୟ ପରେ ଉତ୍ତର କୋରିଆ ଉପରୋକ୍ତ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ସୂଚନାଯୋଗ୍ୟ, ଦକ୍ଷିଣ କୋରିଆ ବନ୍ଦରକୁ ଆମେରିକାର ବୁଡ଼ାଜାହାଜ ଆସିବାରେ ଏହା ହେଉଛି ଦୀର୍ଘ ୪୦ ବର୍ଷ ପରେ ପ୍ରଥମ ଘଟଣା।

ଜାପାନୀ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ୨ଟିଯାକ କ୍ଷେପଣାସ୍ତ୍ର ଜାପାନର ‘ଏକ୍ସକ୍ଲୁସିଭ୍‌ ଇକୋନମିକ୍‌ ‌ଜୋନ୍‌’ ବାହାରେ ପଡ଼ିଥିବା ପରି ମନେହେଉଛି। ଉତ୍ତର କୋରିଆ ସହ ଉତ୍ତେଜନା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଦକ୍ଷିଣ କୋରିଆ ଯୁକ୍ତରାଷ୍ଟ୍ର ଆମେରିକା ସହିତ ପ୍ରତିରକ୍ଷା ସହଯୋଗିତା ଦ୍ରୁତ ବୃଦ୍ଧି କରିଛି।

ଏଭଳି ଉତ୍‌କ୍ଷେପଣ ବନ୍ଦ କରିବା ଲାଗି ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ (ଜେସିଏସ୍‌) ଉତ୍ତର କୋରିଆକୁ କହିଛନ୍ତି।

North Korea launches ballistic missiles after US nuclear-capable sub arrives  in South Korea - ABC News Image Courtesy of ABC News

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ଜେସିଏସ୍‌’ କହିଛନ୍ତି, କୋରୀୟ ଉପଦ୍ବୀପ ତଥା ଆନ୍ତର୍ଜାତିକ ସମୁଦାୟର ଶାନ୍ତି ଓ ସ୍ଥିରତା ନଷ୍ଟ କରୁଥିବା ଉତ୍ତର କୋରିଆର କ୍ରମାଗତ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣକୁ ଅକାରଣ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ ବୋଲି ବିବେଚନା କରି ଆମେ ଦୃଢ଼ ନିନ୍ଦା କରୁଛୁ।

ଉଲ୍ଲେଖଯୋଗ୍ୟ, କୋରୀୟ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କଠିନ ଇନ୍ଧନ ଚାଳିତ ନବୀନତମ କ୍ଷେପଣାସ୍ତ୍ର ‘ହ୍ବାସୋଙ୍ଗ୍‌-୧୮’ ନିକ୍ଷେପ କରାଯିବାର ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଆଜି ଉପରୋକ୍ତ ‌କ୍ଷେପଣାସ୍ତ୍ର ୨ଟି ନିକ୍ଷେପ କରାଯାଇଛି।

ଜାପାନର ପ୍ରତିରକ୍ଷାମନ୍ତ୍ରୀ ୟାସୁକାଜୁ ହାମାଦା ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରଥମ ‌କ୍ଷେପଣାସ୍ତ୍ରଟି ୫୦ କିଲୋମିଟର୍‌ ଊର୍ଦ୍ଧ୍ବକୁ ଉଠି ପ୍ରାୟ ୫୫୦ କିଲୋମିଟର୍‌ ଅଞ୍ଚଳ କଭର୍‌ କରିଥିବା ବେଳେ ଦ୍ବିତୀୟ କ୍ଷେପଣାସ୍ତ୍ରଟି ୫୦ କିଲୋମିଟର୍‌ ଊର୍ଦ୍ଧ୍ବକୁ ଉଠି ପ୍ରାୟ ୬୦୦ କିଲୋମିଟର୍‌ ଅଞ୍ଚଳ କଭର୍‌ କରିଥିଲା।

ଯୁକ୍ତରାଷ୍ଟ୍ର ଆମେରିକା ସେନା ମଧ୍ୟ କହିଛି ଯେ, କ୍ଷେପଣାସ୍ତ୍ର ନିକ୍ଷେପ ସମ୍ବନ୍ଧରେ ସେମାନେ ଅବଗତ ଅଛନ୍ତି ଏବଂ ଏ ବିଷୟରେ ମିତ୍ର ତଥା ଭାଗୀଦାରି ରାଷ୍ଟ୍ରଙ୍କ ସହିତ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ କୋରିଆର ଏହି କ୍ଷେପଣାସ୍ତ୍ର ନିକ୍ଷେପଣ ଆମେରିକା କିଂବା ତା’ର ମିତ୍ର ରାଷ୍ଟ୍ରଙ୍କ ପ୍ରତି ଆଶୁ ବିପଦର କାରଣ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe