ଉତ୍ତର କୋରିଆର ୩.୪ ତୀବ୍ରତାର ଭୂକମ୍ପ, ପୁଣି ପରମାଣୁ ପରୀକ୍ଷା!

Advertisment
ଉତ୍ତର   କୋରିଆର ୩.୪ ତୀବ୍ରତାର ଭୂକମ୍ପ, ପୁଣି ପରମାଣୁ ପରୀକ୍ଷା!

ଉତ୍ତର କୋରିଆରେ ଆଜି ୩.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଅନୁଧ୍ୟାନରୁ ଏହା ପରମାଣୁ ପରୀକ୍ଷଣଜନିତ କମ୍ପନ ବୋଲି ଚୀନ୍‌ ସନ୍ଦେହ କରୁଛି। ତେବେ ପୂର୍ବରୁ ପ୍ରତ୍ୟେକ ପରମାଣୁ ପରୀକ୍ଷଣ ପରେ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରୁଥିବା ଉତ୍ତର କୋରିଆ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ଦକ୍ଷିଣ କୋରିଆ ପ୍ରଥମେ ଏହି କମ୍ପନକୁ ସ୍ୱାଭାବିକ ଭୂକମ୍ପ ବୋଲି କହିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ପରମାଣୁ ପରୀକ୍ଷଣ ଜନିତ କମ୍ପନ ବୋଲି ମଧ୍ୟ ସନ୍ଦେହ କରୁଛି। ଭୂକମ୍ପର ନାଭିକେନ୍ଦ୍ର ଉତ୍ତର ହାମଗ୍ୟୋଙ୍ଗ୍‌ ପ୍ରଦେଶର କିଲଜୁ ଅଂଚଳରେ ଥିବା ଜଣାପଡ଼ିଛି । ଏହି ଅଂଚଳରେ ଉତ୍ତର କୋରିଆର ପରମାଣୁ ପରୀକ୍ଷା ସ୍ଥଳ ମଧ୍ୟ ରହିଛି । ପୂର୍ବରୁ ଉତ୍ତର କୋରିଆ ୬ ଥର ପରମାଣୁ ପରୀକ୍ଷା କରିଥିବା ବେଳେ ପ୍ରତିଥର ୪.୩ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି । ସେପ୍‌୍‌ଟେମ୍ବର ୩ ତାରିଖରେ ଉତ୍ତର କୋରିଆର ପରମାଣୁ ପରୀକ୍ଷା ଯୋଗୁଁ ୬.୩ ତୀବ୍ରତାର ଭୂକମ୍ପ ଆସିଥିଲା। ଏହି ଶ୍ରେଣୀରେ ଏହା ସର୍ବାଧିକ କମ୍ପନ ଥିଲା ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe