ଶ୍ବାସପ୍ରଶ୍ବାସଜନିତ ଅସୁସ୍ଥତା ଯୋଗୁଁ ରାଜଧାନୀରେ ୫ଦିନିଆ ଲକ୍‌ଡାଉନ୍‌ ଜାରି କଲା ଉତ୍ତର କୋରିଆ: ରିପୋର୍ଟ

Advertisment
ଶ୍ବାସପ୍ରଶ୍ବାସଜନିତ ଅସୁସ୍ଥତା ଯୋଗୁଁ ରାଜଧାନୀରେ ୫ଦିନିଆ ଲକ୍‌ଡାଉନ୍‌ ଜାରି କଲା ଉତ୍ତର କୋରିଆ: ରିପୋର୍ଟ

Image Courtesy of NDTV

ସିଓଲ୍‌: ଶ୍ବାସପ୍ରଶ୍ବାସଜନିତ ଅସୁସ୍ଥତା ବୃଦ୍ଧି ଯୋଗୁଁ ଉତ୍ତର କୋରିଆର ରାଜଧାନୀ ପିୟୋଙ୍ଗ୍ୟାଙ୍ଗ୍‌ର ସରକାରୀ କର୍ତ୍ତୃପକ୍ଷମାନେ ୫ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିବା କଥା ସିଓଲ୍‌ସ୍ଥିତ ‘ଏନ୍‌.କେ. ନିଉଜ୍‌’ ଆଜି ସରକାରୀ ବିଜ୍ଞପ୍ତିରୁ ଉଦ୍ଧାର କରି ରିପୋର୍ଟ କରିଛି। କିନ୍ତୁ, ଏହା କି ପ୍ରକାରର ଶ୍ବାସପ୍ରଶ୍ବାସଜନିତ ଅସୁସ୍ଥତା ତାହା ଦର୍ଶା ଯାଇନାହିଁ।

ଜାରି କରାଯାଇଥିବା ବିଜ୍ଞପ୍ତିରେ କୋଭିଡ୍‌-୧୯ ଉଲ୍ଲେଖ କରାଯାଇନାହିଁ, କିନ୍ତୁ ରବିବାର ଶେଷ ପର୍ଯ୍ୟନ୍ତ ଘରେ ରହିବା ଲାଗି ସହରବାସୀଙ୍କୁ କୁହାଯାଇଛି। ଏଥିସହିତ ସେମାନ‌େ ପ୍ରତିଦିନ ବିଭିନ୍ନ ସମୟରେ ଶରୀରର ତାପମାତ୍ରା ଯାଞ୍ଚ କରିବେ ବୋଲି ମଧ୍ୟ କୁହାଯାଇଛି ବୋଲି ‘ଏନ୍‌. କେ. ନିଉଜ୍‌’ ରିପୋର୍ଟ କରିଛି।

ମଙ୍ଗଳବାର ଦିନ ଉକ୍ତ ନିଉଜ୍‌ ୱେବ୍‌ସାଇଟ୍‌ ରିପୋର୍ଟ କରିଥିଲା ଯେ, କଠୋର କଟକଣା ଜାରି ହେବା ଆଶଙ୍କାରେ ପିୟୋଙ୍ଗ୍ୟାଙ୍ଗ୍‌ବାସୀ ଜିନିଷପତ୍ର ଗଚ୍ଛିତ ରଖୁଥିବା ପରି ମନେହେଉଛି। କିନ୍ତୁ, ଦେଶର ଅନ୍ୟ କୌଣସି ପ୍ରାନ୍ତରେ ନୂଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି କି, ନାହିଁ ତାହା ଜଣାପଡ଼ିନି।

publive-image Image Courtesy of Times Now

ଗତବର୍ଷ ପ୍ରଥମ କରି କୋଭିଡ୍‌-୧୯ ବ୍ୟାପିଥିବା କଥା ଉତ୍ତର କୋରିଆ ସ୍ବୀକାର କରିବା ପରେ ଅଗଷ୍ଟ ମାସରେ ଘୋଷଣା କରିଥିଲା ଯେ, ଦେଶରୁ କରୋନାଭାଇରସ୍‌ ନିର୍ମୂଳ କରାଯାଇଛି।

କିନ୍ତୁ, କେତେଜଣ କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇଥିଲେ ଏହି ଗୁପ୍ତଦେଶ ସୁନିଶ୍ଚିତ କରି କିଛି କହିନାହିଁ। କାରଣ, ବ୍ୟାପକ ପରୀକ୍ଷଣ ନିମନ୍ତେ ତା’ର ସାଧନ ବା ଭିତ୍ତିଭୂମି ନାହିଁ।

ପ୍ରାୟ ୨୫ ନିୟୁତ ଜନସଂଖ୍ୟା ଥିବା ଉତ୍ତର କୋରିଆରେ ୪.୭୭ ନିୟୁତ ଲୋକଙ୍କୁ ଜ୍ବର ହୋଇଥିବା ରିପୋର୍ଟ କରିଥିଲା। କିନ୍ତୁ, ଜୁଲାଇ ୨୯ ତାରିଖଠାରୁ ଆଉ ସେ ପ୍ରକାର ରିପୋର୍ଟ ପ୍ରକାଶ କରାଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe