Image Courtesy of India Today
ସିଓଲ୍: ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରଙ୍କ ମିଳିତ ସମରାଭ୍ୟାସ ପରିସ୍ଥିତିକୁ ଚରମ ସୀମାରେ ପହଞ୍ଚାଇ ଉପଦ୍ବୀପକୁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ପାଇଁ ବାଧ୍ୟ କରିବା ସହିତ ଅଧିକ ସଙ୍କଟଜନକ ‘ୱାର୍ ଜୋନ୍’ କରିଥିବା କଥା ଗୁରୁବାର ଦିନ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରାଳୟ କହିଛି।
ରାଷ୍ଟ୍ରାୟତ ନିଉଜ୍ ଏଜେନ୍ସି ‘କେସିଏନ୍ଏ’ଦ୍ବାରା ପ୍ରକାଶିତ ବୈଦେଶିକ ମନ୍ତ୍ରାଳୟ ବିବୃତିରେ ଉଲ୍ଲେଖ ଅଛି, ଯେ ପର୍ଯ୍ୟନ୍ତ ୱାସିଂଟନ୍ ଶତ୍ରୁତାସମ୍ପନ୍ନ ନୀତିକୁ ପ୍ରୋତ୍ସାହନ ଦେଉଥିବ, ସେ ପର୍ଯ୍ୟନ୍ତ ଆଲୋଚନା କରିବାକୁ ପିୟୋଙ୍ଗ୍ୟାଙ୍ଗ୍ ଆଗ୍ରହୀ ନୁହେଁ।
Image Courtesy of Reutersଉକ୍ତ ବିବୃତିରେ ନାମ ଉଲ୍ଲେଖ ନ ଥିବା ଜଣେ ମୁଖପାତ୍ର କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ନୌସେନାର ଦାୟିତ୍ବହୀନ ସମରାଭ୍ୟାସ ଓ ଶତ୍ରୁତା ଆଚରଣ କୋରୀୟ ଉପଦ୍ବୀପ ଏବଂ ତତ୍ସଂଲଗ୍ନ ଅଞ୍ଚଳର ସାମରିକ ଓ ରାଜନୈତିକ ପରିସ୍ଥିତିକୁ ଚରମ ସୀମାରେ ପହଞ୍ଚାଇଛି।
ଆବଶ୍ୟକ ପଡ଼ିଲେ, ଉତ୍ତର କୋରିଆ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତ୍ୟେକ ସାମରିକ ପଦକ୍ଷେପକୁ ମୁକାବିଲା କରିବ। ଉତ୍ତର କୋରିଆର ମୁକାବିଲା ରଣନୀତି ସୁଦୃଢ଼ ଏବଂ ସେ ପରମାଣୁ ଶକ୍ତି ମଧ୍ୟ ପ୍ରୟୋଗ କରିପାରେ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ, ବୁଧବାର ଦିନ ‘ଆମେରିକାନ୍ ବି-୧ବି’ ପ୍ରଚଣ୍ଡ ବୋମା ବର୍ଷଣକାରୀ ଏବଂ ଏଫ୍-୨୨ ଲଢୁଆ ବିମାନ ଯୋଗେ ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ କରିଥିଲେ। ଏଥିରେ ଉଭୟ ଦେଶର ‘ଏଫ୍-୩୫’ ଜେଟ୍ ମଧ୍ୟ ଭାଗ ନେଇଥିଲେ।
Follow Us