ୟୁକ୍ରେନ୍‌କୁ ଟ୍ୟାଙ୍କ୍‌ ଦେବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଆମେରିକାକୁ ସମାଲୋଚନା କଲେ କିମ୍‌ଙ୍କ ଭଉଣୀ

Advertisment
ୟୁକ୍ରେନ୍‌କୁ ଟ୍ୟାଙ୍କ୍‌ ଦେବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଆମେରିକାକୁ ସମାଲୋଚନା କଲେ କିମ୍‌ଙ୍କ ଭଉଣୀ

Image Courtesy of NDTV

ସିଓଲ୍‌: ୟୁକ୍ରେନ୍‌କୁ ଯୁଦ୍ଧ ଟ୍ୟାଙ୍କ୍‌ ଯୋଗାଇବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଆମେରିକାକୁ ନିନ୍ଦା କରି ଆଜି ଉତ୍ତର କୋରିଆ କହିଛି ଯେ, ପରୋକ୍ଷ ଯୁଦ୍ଧରେ ପ୍ରାଧାନ୍ୟ ହାସଲ କରିବା ଲାଗି ୱାସିଂଟନ୍‌ ଆହୁରି ସୀମା ଲଙ୍ଘନ କରୁଛି।

ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ ଅନୁସାରେ, ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ କ୍ଷମତାଶାଳୀ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଏକ ବିବୃତିରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଆମେରିକା ବି‌ପକ୍ଷରେ ରୁଷ୍‌ର ମତ ଯାହା ଉତ୍ତର କୋରିଆର ମତ ମଧ୍ୟ ତାହା।

ସୂଚନାଯୋଗ୍ୟ, ୟୁକ୍ରେନ୍‌କୁ ୩୧ଟି ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ୍‌ ଯୋଗାଇ ଦେବ ବୋଲି ଚଳିତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକା କହିଛି। ଜର୍ମାନି ମଧ୍ୟ ସେ ଭଳି ଘୋ‌ଷଣା କରିଛି।

publive-image Image Courtesy of NDTV

ଜାରି କରିଥିବା ବିବୃତିରେ କିମ୍‌ ୟୋ ଜୋଙ୍ଗ୍‌ ଆହୁରି ମଧ୍ୟ କହିଛନ୍ତି, ଯୁଦ୍ଧକ୍ଷେତ୍ର ପାଇଁ ୟୁକ୍ରେନ୍‌କୁ ସାମରିକ ଉପକରଣ ଯୋଗାଇ ଦେଇ ଆମେରିକା ଯୁଦ୍ଧ ପରିସ୍ଥିତିକୁ ଉଗ୍ର କରାଉଥିବା ଚିନ୍ତାଜନକ। ସାର୍ବଭୌମ ରାଷ୍ଟ୍ରମାନଙ୍କର ଆତ୍ମରକ୍ଷା ଉଦ୍ୟମକୁ ପ୍ରତିହତ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଓ ପାଶ୍ଚାତ୍ୟ ଦେଶମାନଙ୍କର ଅଧିକାର କିଂବା ପ୍ରାସଙ୍ଗିକତା ନାହିଁ।

ଉଲ୍ଲେଖଯୋଗ୍ୟ, ଆଣବିକ ଅସ୍ତ୍ରଦ୍ବାରା ବଳୀୟାନ୍‌ ଉତ୍ତର କୋରିଆ ଗତବର୍ଷ ବିପୁଳ ପରିମାଣର କ୍ଷେପଣାସ୍ତ୍ର ପରୀକ୍ଷାମୂଳକ ଭାବେ ଉତ୍‌କ୍ଷେପଣ କରିଥିଲା। ସେଥିରୁ ଯୁକ୍ତରାଷ୍ଟ୍ର ଆମେରିକା ମେନ୍‌ଲ୍ୟାଣ୍ଡ୍‌, ଯୁକ୍ତରାଷ୍ଟ୍ର ଆମେରିକାରେ ପଡ଼ିବା ଭଳି ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର’ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe