ବାଇଡେନ୍‌ ପ୍ରଶାସନକୁ ପ୍ରଥମ ପ୍ରକାଶ୍ୟ ଆହ୍ଵାନ ଦେଇ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତର କୋରିଆ: ଆମେରିକା

Advertisment
ବାଇଡେନ୍‌ ପ୍ରଶାସନକୁ ପ୍ରଥମ ପ୍ରକାଶ୍ୟ ଆହ୍ଵାନ ଦେଇ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତର କୋରିଆ: ଆମେରିକା

ଓ୍ଵାସିଂଟନ୍‌: ବାଇଡେନ୍‌ ପ୍ରଶାସନକୁ ପ୍ରଥମ କରି ଖୋଲାଖୋଲି ଆହ୍ଵାନ ଦେଇ ଉତ୍ତର କୋରିଆ କେତେଗୁଡ଼ିଏ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କଥା ମଙ୍ଗଳବାର ଦିନ ହ୍ଵାଇଟ୍‌ ହାଉସ୍‌ କହିଛି।

ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ଏବଂ କୂଟନୈତିକ ଅଧିକାରୀମାନେ ସେ ଅଞ୍ଚଳ ପରିଦର୍ଶନରୁ ଫେରିବା ଅଳ୍ପ କେତେ ଦିନ ପରେ ପିୟୋଙ୍ଗ୍ୟାଙ୍ଗ୍‌ କେତେକ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷା କରିଥିବା କଥା ସେମାନେ ସୂଚନା ଦେଇଛନ୍ତି।

publive-image Image Courtesy CNA

କିନ୍ତୁ, ଏହି କ୍ଷେପଣାସ୍ତ୍ର ପରୀକ୍ଷାକୁ ଆମେରିକାର ପ୍ରଶାସନିକ ଅଧିକାରୀମାନେ ସାଧାରଣ ସାମରିକ ପରୀକ୍ଷା କହି ଅବଜ୍ଞା କରିଛନ୍ତି। ଆଣବିକ ନିରସ୍ତ୍ରୀକରଣ ପାଇଁ ଉତ୍ତର କୋରିଆ ସହ ଆଲୋଚନା କରିବା ଲାଗି ଓ୍ଵାସିଂନଟନ୍‌ ଚଳାଇଥିବା ଉଦ୍ୟମରେ ଏହା ପ୍ରତିବନ୍ଧକ ସାଜିବ ନାହିଁ ବୋଲି ମଧ୍ୟ ସେମାନେ କହିଛନ୍ତି।

publive-image Image Courtesy of NDTV

ଓ୍ଵାସିଂଟନ୍‌ ଏବଂ ସିଓଲ୍‌କୁ ଉତ୍‌କ୍ଷିପ୍ତ କରିବା ଲାଗି ଗତ ରବିବାର ଦିନ ଉତ୍ତର କୋରିଆ ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କଥା ସେମାନେ ସୁନିଶ୍ଚିତ କରି କହିଛନ୍ତି।

ଉପରୋକ୍ତ ଦୁଇଟିଯାକ କ୍ଷେପଣାସ୍ତ୍ର ସ୍ୱଳ୍ପ-ଦୂରଗାମୀ, ନନ୍‌-ବାଲିଷ୍ଟିକ୍‌ ତଥା ବିପଜ୍ଜନକ ଅସ୍ତ୍ରଶସ୍ତ୍ର ନିଷେଧ ନିମନ୍ତେ ଜାତିସଂଘ ନିରାପତ୍ତା ପରିଷଦ୍‌ର ପ୍ରସ୍ତାବନା ଅନ୍ତର୍ଗତ ନୁହେଁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe