୧୫୦୦ କିଲୋମିଟର୍‌ ଦୂର ଲକ୍ଷ୍ୟଭେଦ କରିବା ଭଳି ‘କ୍ରୁଜ୍‌ କ୍ଷେପଣାସ୍ତ୍ର’ ପରୀକ୍ଷା କଲା ଉତ୍ତର କୋରିଆ

Advertisment
୧୫୦୦ କିଲୋମିଟର୍‌ ଦୂର ଲକ୍ଷ୍ୟଭେଦ କରିବା ଭଳି ‘କ୍ରୁଜ୍‌ କ୍ଷେପଣାସ୍ତ୍ର’ ପରୀକ୍ଷା କଲା ଉତ୍ତର କୋରିଆ

Image Courtesy of NDTV

ସିଓଲ୍: ଗତ ସପ୍ତାହାନ୍ତରେ ଉତ୍ତର କୋରିଆ ସଫଳତାର ସହ ନବବିକଶିତ ‘ଲଙ୍ଗ୍‌-ରେଞ୍ଜ୍‌ କ୍ରୁଜ୍‌ ମିସାଇଲ୍‌’ ପରୀକ୍ଷା କରିଥିବା କଥା ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ଆଜି କହିଛି।

‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ସୂଚନା ଅନୁସାରେ, ଗତ ଦୁଇ ବର୍ଷ ଧରି ଉନ୍ନୀତ କରାଯାଇଥିବା ଏହି ‘କ୍ରୁଜ୍’ କ୍ଷେପଣାସ୍ତ୍ର ଶନିବାର ଓ ରବିବାର ଦିନ କରାଯାଇଥିବା ପରୀକ୍ଷାରେ ନିର୍ଦ୍ଧାରିତ ୧୫୦୦ କିଲୋମିଟର୍‌ ଦୂରବର୍ତ୍ତୀ ଲକ୍ଷ୍ୟଭେଦ କରିଛି। ଗତି ପଥରେ ୮ଟି ଭଙ୍ଗୀରେ ଏହା ଉତ୍ତର କୋରିଆ ଓ ଏହାର ଜଳରାଶି ଉପର ଦେଇ ଗତି କରିବା ପରେ ଲକ୍ଷ୍ୟସ୍ଥଳରେ ପଡ଼ିଥିଲା।

‘ରୋଡୋଙ୍ଗ୍‌ ସିନ୍‌ମୁନ୍‌’ ସମ୍ବାଦପତ୍ରରେ ମୁଦ୍ରିତ ଫଟୋରେ ଦେଖାଯାଉଛି, ଲଞ୍ଚ୍‌ ଭେଇକ୍ଲ୍‌ରେ ଥିବା ୫ଟି ଟ୍ୟୁବ୍‌ରୁ ଗୋଟିଏ କ୍ଷେପଣାସ୍ତ୍ର ଅଗ୍ନିପିଣ୍ଡୁଳା ହୋଇ ବାହାରିବା ସହ ସମାନ୍ତରଳ ଉଡ଼ାଣରେ ଲକ୍ଷ୍ୟସ୍ଥଳ ଅଭିମୁଖେ ଛୁଟି ଚାଲିଛି।

publive-image Image Courtesy of Zee News

ଏହି ନୂତନ କ୍ଷେପଣାସ୍ତ୍ରଗୁଡ଼ିକୁ ଉତ୍ତର କୋରିଆ ‘ଅତୀବ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧାସ୍ତ୍ର’ ମାନ୍ୟତା ଦେଇଛି। ଦେଶର ସାମରିକ ସାମର୍ଥ୍ୟକୁ ସୁଦୃଢ଼ କରିବା ଲାଗି ନେତା କିମ୍ ଜୋଙ୍ଗ୍‌ ଉନ୍‌ ଦେଇଥିବା ଆହ୍ବାନକୁ ଏହି ଅସ୍ତ୍ର ସମର୍ଥ ବୋଲି ଉତ୍ତର କୋରିଆ କହିଛି।

କିନ୍ତୁ, ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ସମ୍ବନ୍ଧରେ ଦକ୍ଷିଣ କୋରିଆ ତୁରନ୍ତ ସୁନିଶ୍ଚିତ କରି କିଛି କହିନାହିଁ।

ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ସେନା କହିଛି ଯେ, ସପ୍ତାହାନ୍ତରେ ଉତ୍ତର କୋରିଆ କରିଥିବା କ୍ଷେପଣାସ୍ତ୍ର ପରୀକ୍ଷା ନିକଟ ଏବଂ ଦୂରବର୍ତ୍ତୀ ରାଷ୍ଟ୍ରମାନଙ୍କ ପାଇଁ ବିପଦ୍‌ ସୃଷ୍ଟି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe