North Korea Slams US: ଆମକୁ ବଦନାମ କରି ଏକଘରିକିଆ କରିବାକୁ ଚାହୁଁଛି ଆମେରିକା: କିମ୍ ଜୋଙ୍ଗ ଉନ୍

Advertisment

ଆମକୁ ବଦନାମ କରି ଏକଘରିକିଆ କରିବାକୁ ଚାହୁଁଛି ଆମେରିକା। ଏଭଳି କହି ଇରାନରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ, ଉତ୍ତର କୋରିଆ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମେରିକାକୁ ଟାର୍ଗେଟ କରିଛି।

ଆମକୁ ବଦନାମ କରି ଏକଘରିକିଆ କରିବାକୁ ଚାହୁଁଛି ଆମେରିକା। ଏଭଳି କହି ଇରାନରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ, ଉତ୍ତର କୋରିଆ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମେରିକାକୁ ଟାର୍ଗେଟ କରିଛି।

US

North Korea Slams US Photograph: (sambad.in)

ପ୍ୟୋଙ୍ଗୟାଙ୍ଗ: ଇରାନରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ, ଉତ୍ତର କୋରିଆ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମେରିକାକୁ ଟାର୍ଗେଟ କରିଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଅଭିଯୋଗ କରିଛନ୍ତି, ଆମେରିକା ଜାତିସଂଘର ସୁରକ୍ଷିତ ଆବରଣ ତଳେ ନିଜ ଇଚ୍ଛା ଅନୁଯାୟୀ ବିଶ୍ୱ ଉପରେ କଟକଣା ଲାଗୁ କରୁଛି। ଏହା ଗ୍ରହଣୀୟ ନୁହେଁ। କିମ୍‌ଙ୍କ ସରକାର ଆମେରିକା ନେତୃତ୍ୱାଧୀନ ସ୍ୱତନ୍ତ୍ର କଟକଣା ମନିଟରିଂ ଦଳ(ଏମ୍‌ଏସ୍‌ଏମ୍‌ଟି) ଗଠନକୁ ବିରୋଧ କରିଛି। ମନିଟରିଂ ଦଳରେ ଆମେରିକା ଏବଂ ଦକ୍ଷିଣ କୋରିଆ ସମେତ ୧୧ ଜଣ ସଦସ୍ୟ ଅଛନ୍ତି।

ଆମେରିକାକୁ କଡ଼ା ଚେତାବନୀ ଦେଲା ଉତ୍ତର କୋରିଆ

ଏହି ସଂଗଠନ ଆଗାମୀ ଦିନରେ ଉତ୍ତର କୋରିଆ ଉପରେ ୧୫ ବର୍ଷ ପାଇଁ କଟକଣା ଲଗାଇବାକୁ ଯୋଜନା ପ୍ରସ୍ତୁତି କରୁଛି। ଉତ୍ତର କୋରିଆ ଏହି ଦଳକୁ ବେଆଇନ ଘୋଷଣା କରିଛି। ଉତ୍ତର କୋରିଆ ଏକ ବିବୃତିରେ କହିଛି, ଆମେରିକା ଏପରି ଏକ ଦଳ ଗଠନ କରି ଆମ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି। କିନ୍ତୁ ଏହା ସଫଳ ହେବ ନାହିଁ। ଏହା ସହିତ ଉତ୍ତର କୋରିଆ ଆମେରିକାକୁ କଡ଼ା ଚେତାବନୀ ଦେଇଛି।

ଆମକୁ ଅପରାଧୀ ଭାବରେ ଚିହ୍ନିତ କରିବା ‌ସେମାନଙ୍କ ଉଦ୍ଦେଶ୍ୟ

ଉତ୍ତର କୋରିଆ କହିଛି, ଏହି ସଂଗଠନ ଆମ ଉପରେ ସାଇବର ଆକ୍ରମଣର ମିଥ୍ୟା ଅଭିଯୋଗ ମଧ୍ୟ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ଆମକୁ ଅପରାଧୀ ଭାବରେ ଚିହ୍ନିତ କରି ବିଶ୍ୱ ସ୍ତରରେଏକଘରିକିଆ କରିବା। ଆମେ ଏପରି ହେବାକୁ ଦେବୁ ନାହିଁ। ଏମ୍‌ଏସ୍‌ଏମ୍‌ଟି ଜାତିସଂଘ ଅଧୀନରେ କାର୍ଯ୍ୟ କରୁଥିବା ଏକ ଦଳୂ। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଉତ୍ତର କୋରିଆ ବିରୋଧରେ ପ୍ରତିବନ୍ଧକ ସୁପାରିଶ କରିବା। ଏହା ପ୍ରଥମେ ୨୦୦୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ସେହି ସମୟରେ, ଚୀନ୍ ଏହାର ଗଠନ ବିରୋଧରେ ଭୋଟ୍ ବର୍ଜନ କରିଥିଲା।ଉତ୍ତର କୋରିଆର କେସିଏନ୍‌ଏ ଏଜେନ୍ସି କହିଛି, ସଂଗଠନ ଆଗାମୀ ୧୫ ବର୍ଷ ପାଇଁ ପୁନର୍ବାର କଠୋର ପରମାଣୁ କଟକଣା ଲାଗୁ କରିବାକୁ ଚାହୁଁଛି। କିମ୍‌ଙ୍କ ସରକାର ଏହି ପଦକ୍ଷେପକୁ ବିରୋଧ କରୁଛି। 

କିମ୍ ଜୋଙ୍ଗ ଉନ୍ କହିଛନ୍ତି, ଏଭଳି ଏକ ପୁରୁଣା ସଂଗଠନକୁ ଉତ୍ତର କୋରିଆ ଉପରେ ଚାପ ପକାଇବା ପାଇଁ ବ୍ୟବହାର କରାଯିବା ଠିକ୍ ନୁହେଁ। ଉତ୍ତର କୋରିଆ କହିଛି, ଯଦି ଜାତିସଂଘ ପୁଣି କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି, ତେବେଏକ ନୂତନ ସଂଗଠନ ଗଠନ କରିବା ଉଚିତ। କିମ୍‌ଙ୍କ ଏଭଳି ମନ୍ତବ୍ୟ ଏବେ ଅନ୍ତର୍ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: Director Pranab Das Award ନିର୍ଦ୍ଦେଶକ ପ୍ରଣବ ଦାସ ପାଇବେ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe