ଉତ୍ତରକୋରିଆର ନିଷ୍ଠୁର ଆଇନ: ୨ ବର୍ଷର ଛୁଆକୁ ଆଜୀବନ କାରାଦଣ୍ଡ

Advertisment
ଉତ୍ତରକୋରିଆର ନିଷ୍ଠୁର ଆଇନ:  ୨ ବର୍ଷର ଛୁଆକୁ ଆଜୀବନ କାରାଦଣ୍ଡ

NDTV.com

ୱାସିଂଟନ୍‌: ଆମେରିକା ବୈଦେଶିକ ବିଭାଗର ରିପୋର୍ଟ ଅନୁସାରେ ଉତ୍ତରକୋରିଆରେ ବାଇବେଲ ସହ ଧରାପଡ଼ୁଥିବା ଖ୍ରୀଷ୍ଟିଆନମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ସହ ଛୁଆପିଲା ସମେତ ସେମାନଙ୍କ ପରିବାରକୁ ଆଜୀବନ କରାଦଣ୍ଡାଦେଶ ଦିଆଯାଉଛି। ଆମେରିକା ବୈଦେଶିକ ବିଭାଗର ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ରିପୋର୍ଟ ୨୦୨୨ ଅନୁସାରେ ଉତ୍ତରକୋରିଆରେ ଅଦ୍ୟାବଧି ୭୦,୦୦୦ ଖ୍ରୀଷ୍ଟିଆନ ଓ ଅନ୍ୟ ଧର୍ମାବଲମ୍ବୀଙ୍କୁ ଜେଲଦଣ୍ଡ ଦିଆଯାଇଛି। ଆଜୀବନ ଜେଲଦଣ୍ଡ ପାଇଥିବା ବ୍ୟକ୍ତିମାନଙ୍କ ଭିତରେ ଜଣେ ୨ ବର୍ଷର ଶିଶୁ ଅଛି, ଯାହାର ବାପାମାଆ ବାଇବେଲ ହାତରେ ଧରିଥିବା ଅବସ୍ଥାରେ ଧରାପଡ଼ିବାରୁ ନିରୀହ ଶିଶୁକୁ ଏହି ଦଣ୍ଡ ମିଳିଛି।

ଉତ୍ତରକୋରିଆରେ ଘରେ ବାଇବେଲ ରଖିବା ବା ବାଇବେଲ ପଢ଼ିବା ବେଆଇନ। ବାଇବେଲ ପାଖରେ ରଖିଥିବା ଜଣାପଡ଼ିଲେ ଉକ୍ତ ଦେଶରେ ମୃତ୍ୟୁଦଣ୍ଡ କିମ୍ବା ‌ଆଜୀବନ କରାଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବାପାମାଆ ବାଇବେଲ ରଖିଥିବାରୁ ୨ ବର୍ଷର ଶିଶୁ ସମେତ ପୂରା ପରିବାରକୁ ୨୦୦୯ରେ ଆଜୀବନ କରାଦଣ୍ଡ ମିଳିଥିଲା। ସେମାନଙ୍କୁ ରାଜନୈତିକ ଜେଲ ଶିବିରରେ ରଖାଯାଇଛି। ଏହି ଜେଲଗୁଡ଼ିକରେ ଖ୍ରୀଷ୍ଟିଆନମାନଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାକୁ ପଡ଼ୁଥିବା ରିପୋର୍ଟରେ କୁହାଯାଇଛି। ଧାର୍ମିକ ଆଇନ ଉଲ୍ଲଂଘନ କଲେ ମହିଳାମାନଙ୍କୁ ଏହି ଦେଶରେ ଜେଲରେ ଅଟକ ରଖିବା ଓ ଯୌନ ନିର୍ଯାତନା ଦେବାର ମଧ୍ୟ ଅଭିଯୋଗ ହୋଇଥାଏ। ଉତ୍ତରକୋରିଆରେ ମାନବାଧିକାର, ବାକ୍ ସ୍ବାଧୀନତା ଓ ଧାର୍ମିକ ସ୍ବାଧୀନତା ବୋଲି କିଛି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe