ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀଙ୍କ ଗାଏବ, ରହସ୍ୟ ଉପରୁ ହଟିଲା ପରଦା

Advertisment

ବର୍ଷକ ପରେ ସର୍ବସାଧାରଣରେ ନଜର ଆସିଲେ

ବର୍ଷକ ପରେ ସର୍ବସାଧାରଣରେ ନଜର ଆସିଲେ

ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀଙ୍କ ଗାଏବ, ରହସ୍ୟ ଉପରୁ ହଟିଲା ପରଦା

ନୂଆଦିଲ୍ଲୀ: ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀ ରି ସୋଲ୍ ଯୁ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି । ପ୍ରାୟ ୧ବର୍ଷ ହେଲା ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏପରିକି ସେ ଗୁରୁତର ଅସୁସ୍ଥ ହୋଇପଡିଥିବା କୁହାଯାଉଥିଲା । ଏହାସହ ସେ ଗର୍ଭବତୀ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ତାଙ୍କ ଅନୁପସ୍ଥିତିକୁ ନେଇ ଅନେକ ରହସ୍ୟ ରହିଥିବା ବେଳେ ଶେଷରେ ଏଥିରେ ପୂର୍ଣ୍ଣଛେଦ ପଡିଛି । ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କୁ ପତ୍ନୀ ରି ସୋଲ୍ ଯୁଙ୍କ ସହ ଏକାଠି ଗୋଟିଏ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ଉତ୍ତରକୋରିଆର ପୂର୍ବତନ ଶାସକ କିମ୍ ଜଙ୍ଗ ଦ୍ୱିତୀୟଙ୍କ ଜନ୍ମଜୟନ୍ତୀ ଅବସରରେ ଆୟୋଜିତ ଏକ ସଙ୍ଗୀତ କାର୍ଯ୍ୟକ୍ରମକୁ କିମଙ୍କ ସହ ପତ୍ନୀ ରି ସୋଲ୍ ଯୁ ଉପଭୋଗ କରୁଥିବାର ନଜର ଆସିଛନ୍ତି ।

ଉତ୍ତର କୋରିଆ ସେଂଟ୍ରାଲ ନ୍ୟୁଜ ଏଜେନ୍ସି ପକ୍ଷରୁ ଏହି ଫଟୋ ଜାରି କରାଯାଇଛି । ଏହାସହ କୁହାଯାଇଛି ଯେ କିମ୍ ଓ ତାଙ୍କ ପତ୍ନୀ ଏଠାକୁ ଆସିବା ମାତ୍ରେ ତାଙ୍କୁ ସ୍ୱାଗତ କରିବା ପାଇଁ କରତାଳିରେ ଫାଟିପଡିଥିଲା ହଲ୍ । କରୋନା ମହାମାରୀ ଯୋଗୁଁ ସେ ସର୍ବସମ୍ମୁଖକୁ ଆସୁନଥିଲେ ଏବଂ ତାଙ୍କ ପିଲାଙ୍କ ଦେଖାଶୁଣା କରୁଥିଲେ ବୋଲି ସୂଚନା ମିଳିଛି ।

ଗତବର୍ଷ ଜାନୁଆରୀ ୨୫ତାରିଖରେ କିମଙ୍କ ସହ ରି ସୋଲ ଯୁଙ୍କୁ ନୂଆବର୍ଷ ପାଳନ କରୁଥିବା ଅବସରରେ ଦେଖିବାକୁ ମିଳିଥିଲା । ତା ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା । ଏପରିକି ଗତବର୍ଷ ଅକ୍ଟୋବର ୧୦ତାରିଖରେ ବଡ ଧରଣର ସେନା ପରେଡ ଆୟୋଜନ ହୋଇଥିଲା । ପ୍ରତି ବର୍ଷ କିମଙ୍କ ସହ ଏହି କାର୍ଯ୍ୟକ୍ରମରେ ନଜର ଆସନ୍ତି ପତ୍ନି ରି ସୋଲ ଯୁ, କିନ୍ତୁ ଗତବର୍ଷ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଏହାପରେ ସେ ଅସୁସ୍ଥ ଥିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ସବୁ ଚର୍ଚ୍ଚାରେ ପୂଣ୍ଣଛେଦ ପଡିଛି । ଏବଂ ସର୍ବସମ୍ମୁଖରେ ନଜର ଆସିଛନ୍ତି ରି ସୋଲ୍ ଯୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe