Image Courtesy of Hindustan Times
ସିଓଲ୍: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଉନ୍ ଶନିବାର ମଧ୍ୟରାତ୍ରୀ ପରେ ଆୟୋଜିତ ଏକ ସାମରିକ ପରେଡ୍ରେ ଉଦ୍ବୋଧନ ଦେବା ସହ ପ୍ରାକୃତିକ ଦୁର୍ବିପାକ ମୁକାବିଲା ଏବଂ କରୋନାଭାଇରସ୍ ବିସ୍ତାର ରୋକିବା ନିମନ୍ତେ କଠିନ ପରିଶ୍ରମ କରିଥିବାରୁ ସୈନିକମାନଙ୍କୁ ଧନ୍ୟବାଦ ଜଣାଇଥିବା କଥା ରାଷ୍ଟ୍ରାୟାତ ଟେଲିଭିଜନ୍ ରିପୋର୍ଟ କରିଛି।
ଶାସକ ‘ୱାକର୍ସ ପାର୍ଟି’ର ୭୫ତମ ପ୍ରତିଷ୍ଠା ଦିବସ ପାଳନ ଲାଗି ଏହି ପରେଡ୍ ସହ ଏକ ଉତ୍ସବ ଆୟୋଜିତ ହୋଇଥିଲା । ସ୍ବଦେଶୀ ଓ ବିଦେଶୀ ନାଗରିମାନଙ୍କୁ କିମ୍ ବାର୍ତ୍ତା ଦେବାରେ ସମର୍ଥ ହେବା ନିମନ୍ତେ ଏହି ଉତ୍ସବକୁ ସମଗ୍ର ଅଞ୍ଚଳରେ ପ୍ରଦର୍ଶିତ କରାଯାଇଥିଲା।
ନିକଟରେ ନବିକରଣ କରାଯାଇଥିବା ପାୟୋଙ୍ଗ୍ୟାଙ୍ଗ୍ସ୍ଥିତ କିମ୍ ୧ଏଲ୍ ସୁଙ୍ଗ୍ ସ୍କୋୟାରରେ ଅନୁଷ୍ଠିତ ଏହି ପରେଡ୍ ସମ୍ପର୍କରେ ଗୋଟିଏ ଦିନର ନିରବତା ପରେ ରାଷ୍ଟ୍ରାୟାତ ଟେଲିଭିଜନ୍ ଏହାର ସମ୍ପାଦିତ ଭିଡିଓ ପ୍ରସାରଣ କରିଥିଲା।
Image Courtesy of The Times of Indiaସିଓଲ ଏବଂ ୱାସିଂଟନ୍ରେ ଥିବା ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଉତ୍ତର କୋରିଆ କିଛି ନୂତନ ଅସ୍ତ୍ର ପ୍ରସ୍ତୁତ କରିପାରେ। ପରେଡ୍ର ପ୍ରାରମ୍ଭିକ ଫୁଟେଜ୍ରେ ଦେଖାଯାଉଥିଲା କି ସୈନିକମାନେ ଧାଡ଼ିବାନ୍ଧି ମାର୍ଚିଙ୍ଗ୍ କରୁଥିବା ବେଳେ ସାମରିକ ଗାଡ଼ିମାନଙ୍କରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯିବା ପରି ଦୃଶ୍ୟମାନ ହେଉଥିଲା।
ଘଣ୍ଟାରେ ରାତି ୧୨ଟା ବାଜିବା କ୍ଷଣି କିମ୍ ଉତ୍ସବସ୍ଥଳୀକୁ ବାହାରୁଥିବା ଭିଡିଓରେ ଦେଖାଯାଉଛି। ଧୂସର ରଙ୍ଗର ସୁଟ୍ ଏବଂ ଧଳା ଟାଇ ପରିହିତ କିମ୍ ଲୋକମାନଙ୍କ ଆଡ଼କୁ ହାତ ହଲାଇବା ସହ ପିଲାମାନଙ୍କ ଠାରୁ ଫୁଲ ଗ୍ରହଣ କରୁଛନ୍ତି ଏବଂ ତାଙ୍କୁ ଘେରି ରହିଛନ୍ତି ଅନେକ ପଦକ ପିନ୍ଧା ସାମରିକ ଅଧିକାରୀ।
ସେନାକୁ ଧନ୍ୟବାଦ ଦେଇ କିମ୍ କହିଥିଲେ, ଆଶାକରେ କରୋନାଭାଇରସ୍ ସଙ୍କଟ ଟଳିଗଲେ ପୁଣି ଉତ୍ତର ଓ ଦକ୍ଷିଣ କୋରିଆ ହାତ ମିଳାଇବେ। ଏହି ପରେଡ୍ରେ କେହି ମାସ୍କ୍ କିଂବା ଗ୍ଲୋଭ୍ସ୍ ପିନ୍ଧିଥିବା ଦେଖା ଯାଉନାହିଁ।
Follow Us