ଶୀର୍ଷସ୍ତରୀୟ ଜେନେରାଲ୍‌ଙ୍କୁ ବହିଷ୍କାର କଲେ ଉତ୍ତର କୋରିଆର ଶାସକ କିମ୍‌; ଯୁଦ୍ଧ ପ୍ରସ୍ତୁତି ପାଇଁ ଦେଲେ ଆହ୍ବାନ

Advertisment
ଶୀର୍ଷସ୍ତରୀୟ ଜେନେରାଲ୍‌ଙ୍କୁ ବହିଷ୍କାର କଲେ ଉତ୍ତର କୋରିଆର ଶାସକ କିମ୍‌; ଯୁଦ୍ଧ ପ୍ରସ୍ତୁତି ପାଇଁ ଦେଲେ ଆହ୍ବାନ

Image Courtesy of NDTV

ସିଓଲ୍‌: ସେନାର ଶୀର୍ଷସ୍ତରୀୟ ଜେନେରାଲ୍‌ଙ୍କୁ ବହିଷ୍କାର କରି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସମ୍ଭାବ୍ୟ ଯୁଦ୍ଧ ନିମନ୍ତେ ଅଧିକ ପ୍ରସ୍ତୁତି, ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ଏବଂ ସମରାଭ୍ୟାସ ବ୍ୟାପକ କରିବା ଲାଗି ସେନାକୁ ଆହ୍ବାନ ଦେଇଥିବା କଥା ଗୁରୁବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି।

ଉତ୍ତର କୋରିଆର ଶତ୍ରୁମାନଙ୍କୁ ପ୍ରତିହତ କରିବା ପାଇଁ ପ୍ରତିଆକ୍ରମଣ ଯୋଜନା ବିଷୟରେ ଆଲୋଚନା କରୁଥିବା ‘ସେଣ୍ଟ୍ରାଲ୍‌ ମିଲ୍‌ଟାରି କମିସନ୍‌’ର ଏକ ବୈଠକରେ କିମ୍‌ ଉପରୋକ୍ତ ବିବୃତି ଦେଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଶୀର୍ଷସ୍ତରୀୟ ଜେନେରାଲ୍‌ ‘ଚିଫ୍‌ ଅଫ୍‌ ଦି ଜେନେରାଲ୍‌ ଷ୍ଟାଫ୍‌’ ପାକ୍‌ ସୁ ଇଲ୍‌ଙ୍କ ସ୍ଥାନରେ ଜେନେରାଲ୍‌ ରି ୟଙ୍ଗ୍‌ ଗିଲ୍‌ଙ୍କୁ ନିଯୁକ୍ତ କରାଯାଇଛି। କିନ୍ତୁ, ଏ ବିଷୟରେ ଆଉ ଅଧିକ କିଛି ସୂଚନା ଦିଆଯାଇନାହିଁ। ପ୍ରତିରକ୍ଷା ମନ୍ତ୍ରାଳୟ ରି’ଙ୍କ ହାତରେ ରହିବ କି, ନାହିଁ ତାହା ମଧ୍ୟ ଅସ୍ପଷ୍ଟ।

publive-image Image Courtesy of ABC News

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଅସ୍ତ୍ରଶସ୍ତ୍ର ଉତ୍ପାଦନ ସାମର୍ଥ୍ୟ ବୃଦ୍ଧି ବ୍ୟାପକ କରିବା ଲାଗି ମଧ୍ୟ କିମ୍‌ ଲକ୍ଷ୍ୟ ରଖିଛନ୍ତି। ଗତ ସପ୍ତାହରେ ସେ ଅସ୍ତ୍ର ନିର୍ମାଣ କାରଖାନା ପରିଦର୍ଶନ କରି ଅଧିକ ‘ମିସାଇଲ୍‌ ଇଞ୍ଜିନ୍‌’, କମାଣ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନିର୍ମାଣ ଲାଗି ଆହ୍ବାନ ଦେଇଥିଲେ।

ସେହିପରି, ଯୁଦ୍ଧ ନିମନ୍ତେ ସୈନ୍ୟଙ୍କୁ ସଜାଗ ରଖିବା ଲାଗି ଦେଶର ସଦ୍ୟତମ ଅସ୍ତ୍ରଶସ୍ତ୍ର ଓ ଉପକରଣ ଆଦିକୁ ନେଇ ସମରାଭ୍ୟାସ କରିବା ଲାଗି ମଧ୍ୟ ସେ ସେନାକୁ ଆହ୍ବାନ ଦେଇଛନ୍ତି।

ସୂଚନାଯୋଗ୍ୟ, ଦେଶର ୭୫ତମ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ସେପ୍ଟେମ୍ବର ୯ ତାରିଖ ଦିନ ଉତ୍ତର କୋରିଆ ସାମରିକ ପରେଡ୍‌ ଆୟୋଜନ ଲାଗି ପ୍ରସ୍ତୁତି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe