ଉତ୍ତର କୋରିଆର ମିସାଇଲ୍‌ ପରୀକ୍ଷା ବିଶ୍ୱାସଘାତକତା ନୁହେଁ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Advertisment
ଆମେରିକା ରାଷ୍ଟ୍ରପତି ଏହି କଥାକୁ କରନ୍ତି ନାହିଁ ବିଶ୍ୱାସ !

Image Source: Hindustan Times

ଓ୍ଵାସିଂଟନ୍‌: ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ ନିକଟ ଅତୀତରେ ଉତ୍ତର କୋରିଆ କରିଥିବା କ୍ଷେପଣାସ୍ତ୍ର ପରୀକ୍ଷା ବିଶ୍ୱାସଘାତକତା ନୁହେଁ।

ପଲିଟିକୋ ସହ ଏକ ସାକ୍ଷାତ୍‌କାର ବେଳେ ସେ କହିଲେ: ସେଗୁଡ଼ିକୁ ସ୍ୱଳ୍ପ-ଦୂରଗାମୀ। ଏଥିରେ ବିଶ୍ୱାସଘାତକତା ହେବା କଥା ମୁଁ ଆଦୌ ବିଚାର କରୁନାହିଁ। କିନ୍ତୁ ଆପଣମାନେ ଜାଣନ୍ତି, କେତେକ କ୍ଷେତ୍ରରେ ମୁଁ କହେ। ହେଲେ ଏଥିରେ ନୁହେଁ। ସେଗୁଡ଼ିକ ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଅତି ସାଧାରଣ ମାନର। ଅତି ସାଧାରଣ ମାନର।

ଶନିବାର ଅଭ୍ୟାସ ପରେ ଗୁରୁବାର ଦିନ ପିୟୋଙ୍ଗ୍ୟାଙ୍ଗ୍‌ ଦୁଇଟି ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ନଭେମ୍ବର ୨୦୧୭ ଠାରୁ ଉତ୍ତର କୋରିଆ କୌଣସି ଅସ୍ତ୍ରଶସ୍ତ୍ର ପରୀକ୍ଷା କରି ନ ଥିଲା।

କିମ୍‌ ଓ ତାଙ୍କର ସୁସମ୍ପର୍କ ଥିବା କଥା କହିଥିବା ଟ୍ରମ୍ପ୍‌ ଆହୁରି କହିଛନ୍ତି ଯେ ଶେଷକୁ ଉତ୍ତର କୋରିଆ ନେତାଙ୍କ ଠାରୁ ତାଙ୍କର ଭରସା ତୁଟି ଯାଇ ପାରେ। ସେ କହିଲେ: ମୁଁ କହିବା ଅର୍ଥ କୌଣସି ପରିସ୍ଥିତିରେ ଏହା ସମ୍ଭପର, କିନ୍ତୁ ଏବେ ନୁହେଁ।

ଗତ ଜୁନ୍‌ ମାସରେ ସିଙ୍ଗାପୁର ଠାରେ ଟ୍ରମ୍ପ୍‌ଙ୍କ ସହ ପ୍ରଥମ ଶିଖର ବୈଠକ ପରେ କିମ୍‌ ଆଣବିକ୍ର ଅସ୍ତ୍ର ପରୀକ୍ଷା ବନ୍ଦ କରିବେ ବୋଲି ଘୋଷଣା କରିଥିଲେ।
କିନ୍ତୁ ଗତ ଫେବ୍ରୁଆରି ମାସରେ ହାନୋଇ ଠାରେ ସେମାନଙ୍କ ଦ୍ୱିତୀୟ ଶିଖର ବୈଠକ ଫଳପ୍ରଦ ହୋଇ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe