ଉତ୍ତର କୋରିଆର ବିଚିତ୍ର ନୀତି: ପୁଟିନଙ୍କ ସହ ବୈଠକ ପରେ କିମ୍‌ଙ୍କ ଡିଏନ୍‌ଏ ପ୍ରମାଣ ହଟାଗଲା

ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌  ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ  ବେଜିଂରେ ଏକ ବୈଠକ କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅନଲାଇନରେ ପ୍ରକାଶିତ ଏକ ଭିଡିଓରେ ଦେଖିବାକୁ ମିଳିଛି....

fssffhfhf

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌  ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ  ବେଜିଂରେ ଏକ ବୈଠକ କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅନଲାଇନରେ ପ୍ରକାଶିତ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିମ୍‌ଙ୍କ ସହାୟକମାନେ ବୈଠକ ପରେ ତାଙ୍କ ଦ୍ୱାରା ସ୍ପର୍ଶ କରାଯାଇଥିବା ଚୌକି, ଗ୍ଲାସ୍‌ ଏବଂ ଅନ୍ୟାନ୍ୟ ବସ୍ତୁରୁ କିମ୍‌ଙ୍କ ଛାପ ହଟାଉଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି କିମ୍‌ଙ୍କ ଡିଏନ୍‌ଏର ସମସ୍ତ ଚିହ୍ନ ନଷ୍ଟ କରିବା।

ଡିଏନ୍‌ଏ ପ୍ରମାଣ ହାସଲ ଦ୍ବାରା ବିଦେଶୀ ଶକ୍ତି ଏହାର ଅପବ୍ୟବହାର  କରିବା ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଛି। ଏହି ଘଟଣା ଉତ୍ତର କୋରିଆର ଅତ୍ୟଧିକ ଗୋପନୀୟତା ଓ ସୁରକ୍ଷା ଦିଗକୁ ପ୍ରତିଫଳିତ କରୁଛି। ‘ଏକ୍ସ’ରେ ପ୍ରକାଶିତ ପୋଷ୍ଟଗୁଡ଼ିକରେ ଏହି ଅଜଣା ପ୍ରୋଟୋକଲକୁ ନେଇ ଆଲୋଚନା ଚାଲିଛି, ଯେଉଁଠି କେତେକ ଏହାକୁ କିମ୍‌ଙ୍କ ଜୈବିକ ତଥ୍ୟ ସୁରକ୍ଷା ପାଇଁ ଏକ ସତର୍କତା ମୂଳକ ପଦକ୍ଷେପ ବୋଲି ମତ ଦେଇଛନ୍ତି। ଅନ୍ୟପକ୍ଷରେ ଉତ୍ତର କୋରିଆର  ଅତ୍ୟଧିକ ସନ୍ଦେହଜନକ ମନୋଭାବ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe