‘ସିଏଏ’ ପ୍ରତିବାଦରେ ଭାଗ ନେଇଥିବା ନରୱେର ମହିଳା ପର୍ଯ୍ୟଟକଙ୍କୁ ପଚରାଉଚୁରା କରୁଛି ବୈଦେଶିକ କାର୍ଯ୍ୟାଳୟ

‘ସିଏଏ’ ପ୍ରତିବାଦରେ ଭାଗ ନେଇଥିବା ନରୱେର ମହିଳା ପର୍ଯ୍ୟଟକଙ୍କୁ ପଚରାଉଚୁରା କରୁଛି ବୈଦେଶିକ କାର୍ଯ୍ୟାଳୟ

Image Courtesy of India Today

କୋଚି: ‘ସିଏଏ’ ବିରୋଧୀ ପ୍ରତିବାଦରେ ଭାଗ ନେଇଥିବା ନରୱେର  ପର୍ଯ୍ୟଟକ ଜେନ୍‌ ମେଟ୍‌-ଜୋହାନ୍‌ସନ୍‌ଙ୍କୁ ଗୁରୁବାର ଦିନ କୋଚିସ୍ଥିତ ‘ଫରେନର୍ସ ରିଜିଓନାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସ୍‌’କୁ (ଏଫ୍‌ଆର୍‌ଆର୍‌ଓ) ଡକାଯାଇ ପଚରା ଉଚୁରା କରାଯାଇଛି। ଏ ବର୍ଷ ଅକ୍ଟୋବର ମାସରେ ଟୁରିଷ୍ଟ୍‍ ଭିସାରେ ଭାରତକୁ ଆସିଥିବା ମହିଳା ପର୍ଯ୍ୟଟକ ଜେନ୍‌ ଗତ ସୋମବାର ଦିନ ସହରରେ ଆୟୋଜିତ ‘ସିଏଏ’ ବିରୋଧୀ ପ୍ରତିବାଦରେ ସାମିଲ ହୋଇଥିଲେ।
ସାମାଜିକ ଗଣମାଧ୍ୟମରୁ ଏ ବିଷୟ ‘ଏଫ୍‌ଆର୍‌ଆର୍‌ଓ’ ଜାଣିବା ପରେ ଘଟଣାର ତଦନ୍ତ ଆରମ୍ଭ କରୁଛି।

‘ଏଫ୍‌ଆର୍‌ଆର୍‌ଓ’ ଅଧିକାରୀ ଅନୁପ କୃଷ୍ଣନ୍‌ ଗଣମାଧ୍ୟମକୁ କହିଛନ୍ତି: ବିଦେଶିନୀଜଣକ ଭିସା ନିୟମ ଉଲ୍ଲଂଘନ କରିଛନ୍ତି କି, ନାହିଁ ସେ ବିଷୟରେ ତଦନ୍ତ କରୁଛୁ। ତଦନ୍ତ ଚାଲୁଥିବାରୁ ତାଙ୍କ ବିରୋଧରେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିବା ଉଚିତ ନୁହେଁ।

publive-image Image Courtesy of The Indian Express

ଫେସ୍‌ବୁକ୍‌ରେ ଜେନ୍‌ ତାଙ୍କର ପ୍ରତିବାଦ ସମୟର ଫଟୋ ପୋଷ୍ଟ୍‍ କରି ଲେଖିଥିଲେ: ପ୍ରତିବାଦ ଯାତ୍ରା ଏର୍ଣ୍ଣାକୁଲମ୍‌ର ଗାନ୍ଧୀ ଗୋଲେଇରୁ ଆରମ୍ଭ ହେଲା। ଆମେ ପତାକା ଧରି ସ୍ଲୋଗାନ୍‌ ଦେଇ କୋଚିନ୍‌ର ଭାସ୍କୋ ଡା ଗାମା ଛକ ପର୍ଯ୍ୟନ୍ତ ଗଲୁ। ପ୍ରତିବାଦକାରୀମାନେ ହାତମୁଠା ଉପରକୁ କରି ଗୀତ ଗାଇ, ନାରା ଲଗାଇ ଚାଲୁଥିଲେ।

ଏହି ୧୨ କିଲୋମିଟର ଯାତ୍ରାରେ ଆମେ ଦୁଇଟି ସ୍ଥାନରେ ଲୁଣ-ଚିନି ପାଣି ଓ କମଳା ରସ ପିଇଲୁ। ଦଙ୍ଗା ହୋଇ ନ ଥିଲା, ଲୋକେ ସ୍ୱରତ୍ତୋଳନ କରି ପ୍ରତିବାଦ କରୁଥିଲେ। ପ୍ରତିବାଦ ଯାତ୍ରା ସମୟରେ ପୁଲିସ ସହାୟକ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe