ନୂଆଦିଲ୍ଲୀ: ବଗିଚାରୁ ଯେଉଁ ‘ଆଳୁ’ଟି ଖୋଳି ବାହାର କରିଛନ୍ତି ପ୍ରକୃତରେ ସେଇଟା ଗୋଟାଏ ‘କଖାରୁ’ ବୋଲି ‘ଗିନିଜ୍ ୱାଲ୍ର୍ଡ ରେକଡସ୍’ କହିବାରେ ପରେ ନିଉଜିଲାଣ୍ଡ୍ର ଏକ ଦମ୍ପତି ନିରାଶ ହୋଇଯାଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବିଶ୍ବର ସବୁଠୁ ଓଜନଦାର ଆଳୁ ଖୋଳି ବାହାର କରିଛନ୍ତି ବିଚାରି ଗତ ଅଗଷ୍ଟ ମାସରେ କଲିନ୍ କ୍ରେଗ୍-ବ୍ରାଉନ୍ ଏବଂ ତାଙ୍କ ପତ୍ନୀ ଡୋନା ‘ଗିନିଜ୍ ୱାଲ୍ର୍ଡ ରେକଡ୍ସ୍’ରେ ସ୍ଥାନ ପାଇଁ ଆବେଦନ କରିଥିଲେ। କିନ୍ତୁ, ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଲା ଯେ, ତାହା ଆଳୁ ନୁହେଁ ବୋଇତାଳୁ (କଖାରୁ) ପରିବାରର ଗୋଟାଏ କନ୍ଦ।
Image Courtesy of TechnoRajeshକ୍ରେଗ୍-ବ୍ରାଉନ୍ ଓ ଡୋନା ଶ୍ରଦ୍ଧାରେ ‘ଡୁଗ୍’ ବୋଲି କହୁଥିବା ଅବିକଳ ବଡ଼ ଗୋଲା ଆଳୁ ପରି ଦିଶୁଥିବା ଉକ୍ତ କନ୍ଦମୂଳଟି ସେମାନଙ୍କ ବଗିଚାରୁ ମିଳିବା ପରେ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା। କେବଳ ଦେଖିବାକୁ ନୁହେଁ, ତାହାର ସ୍ବାଦ ମଧ୍ୟ ଏହା ଗୋଲା ଆଳୁର ସ୍ବାଦ ପରି ବୋଲି କ୍ରେଗ୍-ବ୍ରାଉନ୍ ଦାବି କରୁଥିଲେ।
Image Courtesy of NDTVକିନ୍ତୁ, କାଗଜପତ୍ର କାମ ଶେଷ କରି ଫେଟୋ ଦାଖଲ କରିବା ପରେ ଗତ ସପ୍ତାହରେ ସେମାନେ ‘ଗିନିଜ୍ ୱାଲ୍ର୍ଡ ରେକର୍ଡସ୍’ରୁ ପାଇଥିବା ଇ-ମେଲ୍ରେ ଉଲ୍ଲେଖ ଥିଲା: ପ୍ରିୟ କଲିନ୍, ଦୁଃଖର ସହ ଜଣାଉଛୁ କି, ଆପଣ ଦାଖଲ କରିଥିବା ପ୍ରଜାତିଟି ଆଳୁ ନୁହେଁ, ବାସ୍ତବରେ ତାହା ଗୋଟାଏ ପ୍ରକାରର କନ୍ଦ। ଏହି କାରଣରୁ ଆପଣଙ୍କ ଆବେଦନକୁ ଆମେ ଅଗ୍ରାହ୍ୟ କରୁଛୁ।
ସୂଚନାଯୋଗ୍ୟ, ଏହି କନ୍ଦର ଓଜନ ହେଉଛି ୭.୮ କିଲୋଗ୍ରାମ୍।
କବେଳ ମନଦୁଃଖ କରିବା ବ୍ୟତୀତ ପତିପତ୍ନୀ ଦୁହେଁ ବା କରନ୍ତେ କ’ଣ? ଏହାର ଫଳାଫଳ ତ ‘ଡିଏନ୍ଏ’ ନମୁନା ଉପରେ ଆଧାରିତ।
Follow Us