ଆନ୍ଧ୍ରରେ ସ୍କୁଲ୍‌ ଖୋଲିବାର ୩ ଦିନ ମଧ୍ୟରେ ୨୬୧ ଛାତ୍ର ଓ ୧୬୦ ଶିକ୍ଷକ କରୋନା ପଜିଟିଭ୍‌

ଆନ୍ଧ୍ରରେ ସ୍କୁଲ୍‌ ଖୋଲିବାର ୩ ଦିନ ମଧ୍ୟରେ ୨୬୧ ଛାତ୍ର ଓ ୧୬୦ ଶିକ୍ଷକ କରୋନା ପଜିଟିଭ୍‌

www.ndtv.com

ଅମରାବତୀ: ଗତ ୨ ତ‌ାରିଖରେ ଆନ୍ଧ୍ରପ୍ରଦେଶରେ ସ୍କୁଲ୍‌ ଖୋଲିବା ପରେ ୩ ଦିନ ମଧ୍ୟରେ ନବମ ଓ ଦଶମ ଶ୍ରେଣୀରୁ ୨୬୨ ଜଣ ଛାତ୍ର ଓ ୧୬୦ ଜଣ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ହେଇ ସାରିଛନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି।

ଏ ନେଇ ସ୍କୁଲ୍‌ ଶିକ୍ଷା କମିସନର ଭି ଚିନ୍ନା ଭେରଭଦ୍ରଡୁ କହିଛନ୍ତି କି ‘ କୋଭିଡ୍‌-୧୯ ପ୍ରୋଟୋକଲ୍‌ ଅନୁସାରେ ସମସ୍ତ ପ୍ରକାରର ନିରାପତ୍ତା ବ୍ୟବସ୍ଥାକୁ ଧ୍ୟ‌ାନ ଦିଆଯାଉଛି। ସ୍କୁଲ୍‌ରେ ପଢୁଥିବା ପିଲାଙ୍କ ତୁଳନାରେ ପଜିଟିଭ୍ ସଂଖ୍ୟା ବିଶେଷ ଚିନ୍ତାଜନକ ନୁହେଁ।’

ଗତକାଲି(ନ‌ଭେମ୍ବର ୪ ତାରିଖ‌)ରେ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ୍‌ ଯାଇଛନ୍ତି। ସେ ମଧ୍ୟରୁ ମାତ୍ର ୨୬୨ ଜଣ ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ୦.୧ ପ୍ରତିଶତ ବି ନୁହେଁ। ବିଦ୍ୟାଳୟକୁ ଯିବା ଯୋଗୁଁ ସେମାନେ ପ୍ରଭାବିତ ହୋଇଛନ୍ତି ବୋଲି କହିବା ଆମର ଠିକ୍‌ ହେବ ନାହିଁ। ଗୋଟାଏ ସ୍କୁଲ୍‌ କକ୍ଷରେ ମାତ୍ର ୧୫ରୁ ୧୬ ଜଣ ଛାତ୍ରଛାତ୍ରୀଙ୍କୁ ବସିବାର ବ୍ୟବସ୍ଥା କରାଯାଇଛି। ଏହା କୌଣସି ମତେ ବି ଏକ ଚିନ୍ତାଜନକ କଥା ନୁହେଁ ବୋଲି ଅଧିକାରୀ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି।

ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ପରିସଂଖ୍ୟନ ଅନୁଯାୟୀ, ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ପାଇଁ ସମୁଦାୟ ୯.୭୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩.୯୩ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ୍‌ ଯାଇଛନ୍ତି। ୧.୧୧ ଲକ୍ଷ ଶିକ୍ଷକମାନଙ୍କ ମଧ୍ୟରୁ ୯୯ ହଜାର ଶିକ୍ଷକ ସ୍କୁଲ୍‌ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe