ଭଗବାନ ଶିବଙ୍କ ବେଶରେ ବର୍ଦ୍ଧିତ ଦରକୁ ବିରୋଧ କରୁଥିବା ଯୁବକଙ୍କୁ ଗିରଫ କଲା ପୁଲିିସ, ବିରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

Advertisment
ଭଗବାନ ଶିବଙ୍କ ବେଶରେ ବର୍ଦ୍ଧିତ ଦରକୁ ବିରୋଧ କରୁଥିବା ଯୁବକଙ୍କୁ ଗିରଫ କଲା ପୁଲିିସ, ବିରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଦିସପୁର: ଚଳଚ୍ଚିତ୍ର ନିର୍ମାତା ଲୀନା ମଣିକେଲାଇଙ୍କ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର କାଳୀର ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆସାମରେ ଭଗବାନ ଶିବଙ୍କ ବେଶ ଧରିଥିବା ଯୁବକକୁ ଗିରଫ କରିଥିଲା ପୁଲିସ। ଯୁବକଜଣକ ଦେଶରେ ହେଉଥିବା ଦରବୃଦ୍ଧିକୁ ବିରୋଧ କରିବାକୁ ଯାଇ ଭଗବାନ ଶିବଙ୍କ ବେଶ ଧାରଣ କରି ବୁଲେଟରେ ବସି ସହରରେ ବୁଲିଥିଲେ। ଏନେଇ ଅଭିଯୋଗ ହେବାକୁ ତାଙ୍କୁୁ ଗିରଫ କରିଥିଲା ପୁଲିସ। ଏବେ ଏହି ଘଟଣାରେ ହସ୍ତକ୍ଷେପ କରି ଯୁବକଙ୍କୁ ଛାଡ଼ିିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଟ୍ବିଟ କରି କହିିଛନ୍ତି ଯେ, ବର୍ତ୍ତମାନର କୌଣସି ପ୍ରସଙ୍ଗକୁ ନେଇ ପଥପ୍ରାନ୍ତ ନାଟକ କରିିବା କୌଣସି ଈଶ୍ବରଙ୍କ ପ୍ରତି ଅପାମନ ନୁହେଁ। ଯେପର୍ଯ୍ୟନ୍ତ ଆପତ୍ତିଜନକ ଶବ୍ଦର ବ୍ୟବହାର ହୋଇନାହିଁ, ସେପର୍ଯ୍ୟନ୍ତ କେବଳ ଭଗବାନଙ୍କ ଭଳି ପୋଷାକ ପିନ୍ଧି ସଜ ହେବାକୁ ଅପରାଧ ବୋଲି କୁହାଯାଇପାରିବ ନାହିଁ। ଏହି ଘଟଣାକୁ ନେଇ ନଗାଓ ପୁଲିସକୁ ଉପଯୁକ୍ତ ନିର୍ଦ୍ଦେଶ ଜାରି କରାଯାଇଛି।  ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶିବ ବେଶ ଧରିଥିବା ଯୁବକଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଶନିବାର ପୂର୍ବାହ୍ନ ପ୍ରାୟ ୮ଟା ୩୦ରେ ଆସାମର ନଗାଓଁ ରାସ୍ତାରେ ଦେବୀ ପାର୍ବତୀଙ୍କ ସହିତ ଏକ ରୟାଲ ଏନଫିଲ୍ଡ ବୁଲେଟରେ ଭଗବାନ ଶିବ ଦେଖାଦେଇଥିଲେ। ଉଭୟ ଯୁବକ-ଯୁବତୀ ଶିବ-ପାର୍ବତୀ ବେଶରେ ବାହାରିବା ସହ ପେଟ୍ରୋଲ-ଡିଜେଲର ଦାମ ବଢ଼ୁଥିବା ନେଇ ବିଚ୍ ରାସ୍ତ‌ାରେ ବିତର୍କ କରିଥିଲେ। ଏହି ଖବର ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କାନରେ ପଡ଼ିବା ପରେ ସେମାନେ  ଦେବତାଙ୍କୁ ଅପମାନିତ କରାଯାଇଥିବାର ଅଭିଯୋଗ କରି ଶିବ ବନିଥିବା ଯୁବକଙ୍କୁ ଗିରଫ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe