Mumbai Mirror
ମୁମ୍ବାଇ: ସଦ୍ୟ ସମାପ୍ତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟ ଗରିଷ୍ଠତା ହାସଲ କରିବା ପରେ ଏବେ ସେଠାରେ ୫୦-୫୦ ଫର୍ମୂଲାରେ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛନ୍ତି ବିଜେପି- ଶିବସେନା ମେଣ୍ଟ। ଏପରିସ୍ଥିତରେ ଉପ-ମୁଖ୍ୟମନ୍ତ୍ରୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଚୌକି ଦାବି କରିଛି ଶିବସେନା ନିଜର ନବନିର୍ବାଚିତ ବିଧାୟକ ଆଦିତ୍ୟ ଠାକ୍ରେଙ୍କ ପାଇଁ।
ଶିବସେନାର ବହୁ ନବ ନିର୍ବାଚିତ ବିଧାୟକ ମଧ୍ୟ ଶିବସେନାର ପ୍ରତିଷ୍ଠାତା ସ୍ୱର୍ଗତ ବାଲା ସାହେବ୍ ଠାକ୍ରେଙ୍କ ନାତି ତଥା ଶିବସେନାର ବର୍ତ୍ତମାନର ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ପୁତ୍ର ଆଦିତ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରାନ୍ତୁ ବୋଲି ଚାହାନ୍ତି। ଏଥିପାଇଁ ଆଜି ଆଦିତ୍ୟଙ୍କ ନିର୍ବାଚନ ମଣ୍ଡଳୀ ଓ୍ଵରଲୀରେ ଆୟୋଜିତ ଏକ ବିଶାଳ ର୍ୟାଲିରେ ଶିବସେନାର ବହୁ ନେତା ଓ କର୍ମୀ ଏକତ୍ରିତ ହୋଇ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଆଦିତ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚୌକି ଦାବି କରିଛନ୍ତି।
Mumbai Mirrorଦଳର ବହୁ ନିର୍ବାଚିତ ବିଧାୟକ ମଧ୍ୟ ଖୋଲାଖୋଲି କହିଛନ୍ତି ୫୦-୫୦ ଫର୍ମୂଲାରେ ବିଜେପି- ଶିବସେନା ମେଣ୍ଟ ସରକାର ଗଠନ ହେଉ କି ନହେଉ; କିନ୍ତୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଚୌକି ଆମ ନବ ନିର୍ବାଚିତ ବିଧାୟକ ଆଦିତ୍ୟଙ୍କୁ ମିଳୁ।
ଶିବସେନାର ଏ ଦାବି ଉପରେ ବିଜେପି କି ପ୍ରକାରର ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଯଦି ବିଜେପି ଶିବସେନାର ଦାବିକୁ ଗ୍ରହଣ କରେ ତେବେ ୨୯ ବର୍ଷ ବୟସ୍କ ଆଦିତ୍ୟ ହେବେ ମହାରାଷ୍ଟ୍ରର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ। ଉଲ୍ଲେଖଯୋଗ୍ୟ, ନିର୍ବାଚନ ଫଳାଫଳ ଘୋଷିତ ହେବାପରେ ବତ୍ର୍ମାନ ମହାରାଷ୍ଟ୍ରରେ ବିଜେପିର ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡ୍ନାଭିସ୍ କହିଥିଲେ ଯେ ନୂତନ ସରକାରରେ ଆଦିତ୍ୟ ଯଦି ଉପ-ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ମୁଁ ଖୁସି ହେବି।
Follow Us