୮୯ଟି ନମୂନାର ପରୀକ୍ଷା ଶେଷ ! ମାଛରେ ଫର୍ମାଲିନ୍‌ ମିଶି ନାହିଁ ବୋଲି ସ୍ପଷ୍ଟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

Advertisment
୮୯ଟି ନମୂନାର ପରୀକ୍ଷା ଶେଷ ! ମାଛରେ ଫର୍ମାଲିନ୍‌ ମିଶି ନାହିଁ ବୋଲି ସ୍ପଷ୍ଟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଛକୁ ସତେଜ ରଖିବା ପାଇଁ ବ୍ୟସାୟୀମାନେ ସେଥିରେ ଫର୍ମାଲିନ୍‌ ପ୍ରୟୋଗ କରୁଛନ୍ତି ବୋଲି ଖବର ପ୍ରଚାରିତ ହେବା ପରେ ପ୍ରଥମେ ଆସାମ ସରକାର ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛ ଉପରେ ରୋକ ଲଗାଇଥିଲେ। ଏହାପରେ ଓଡ଼ିଶାରେ ଆନ୍ଧ୍ର ମାଛକୁ ନେଇ ତନାଘନା ଆରମ୍ଭ ହୋଇଥିଲା। ମତ୍ସ୍ୟ ବିଭାଗ, ମହାନଗର ନିଗମ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ବିକ୍ରି ହେଉଥିବା ମାଛ ନମୂନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଥିଲା। ଏହି ପରୀକ୍ଷା ସମୟରେ ସମ୍ବଲପୁରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ୍‌ ବିକ୍ରି ହେଉଥିବା ଜଣାପଡ଼ିଥିଲା। ମାତ୍ର ସୋମବାର ମାଛରେ ଫର୍ମାଲିନ୍‌ ମିଶୁଥିବା କଥାକୁ ଅସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ ମାଛରେ ଫର୍ମାଲିନ୍‌ ମିଶିବା ଖବର ଏକ ଗୁଜବ। ଏହି କଥାର ସତ୍ୟସତ୍ୟ ଜାଣିବା ପାଇଁ ୨୦ଟି ଜିଲ୍ଲାରୁ ସମୁଦାୟ ୧୩୭ଟି ମାଛ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮୯ଟି ନମୂନାର ପରୀକ୍ଷା ଇତି ମଧ୍ୟରେ ସମାପ୍ତ ହୋଇଛି। ଏହି ପରୀକ୍ଷାରୁ ଜାଣିବାକୁ ମିଳିଛି ଯେ ମାଛରେ ଫର୍ମାଲିନ୍‌ ନାହିଁ। ତେଣୁ ଅଯଥାରେ ଲୋକେ ଏପରି ଏକ ମିଛ ଖବରକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ।

ମାଛରେ ମାରାତ୍ମକ ଫର୍ମାଲିନ୍‌ ମିଶିବା ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲା । ଜନମାନସରେ କର୍କଟ ସୃଷ୍ଟିକାରୀ ଫର୍ମାଲିନ୍‌ ଦିଆଯାଉଥିବା ମାଛ ଖାଇଲେ ଲୋକେ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ଏକ ଭୟ ସୃଷ୍ଟି ହୋଇଥିଲା। ଉଲ୍ଲେଖଯୋଗ୍ୟ, ଫର୍ମାଲିନ୍‌ ଖବର ଗଣମାଧ୍ୟମଗୁଡ଼ିକରେ ପ୍ରକାଶ ପାଇବା ପରେ ମାଛ ବ୍ୟବସାୟ ଉପରେ ଏହା ଗଭୀର ଭାବେ ପ୍ରଭାବ ପକାଇଛି। ଆନ୍ଧ୍ର ମାଛରେ ଫର୍ମାଲିନ୍‌ ରହିଥିବା ପ୍ରକାଶ ପାଇବା ପରେ ବ୍ରହ୍ମପୁରକୁ ଆସୁଥିବା ଆନ୍ଧ୍ରର ମାଛ ଟ୍ରକ୍‌ ଉପରେ ରୋକ ଲଗାଯାଇଥିଲା। ଏପରିକି ଗୋଆ, ଆସାମ ଆଦି ରାଜ୍ୟଗୁଡ଼ିକ ଏହି ଭୟରେ ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ମାଛ ଆମଦାମୀ ଉପରେ ରୋକ ଲଗାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe