ଅର୍ପିତାଙ୍କ ଘରୁ ମିଳିଥିବା ନଗଦ ଟଙ୍କା ମୋର ନୁହେଁ: ପାର୍ଥ ଚାଟାର୍ଜୀ

Advertisment
ଅର୍ପିତାଙ୍କ ଘରୁ ମିଳିଥିବା ନଗଦ ଟଙ୍କା ମୋର ନୁହେଁ: ପାର୍ଥ ଚାଟାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବାର ପ୍ରାୟ ସପ୍ତାହକ ପରେ ନିଜର ମୁହଁ ଖୋଲିଛନ୍ତି। ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ୫୦କୋଟି ଟଙ୍କା ଓ ସୁନା ମିଳିବାର କିଛି ଦିନ ପରେ ଏବେ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପାର୍ଥ। ସହଯୋଗୀ ଅର୍ପିତାଙ୍କ ଘରୁ ମିଳିଥିବା ଟଙ୍କା ମୋର ନୁହେଁ ବୋଲି ପାର୍ଥ କହିଛନ୍ତି । ପାର୍ଥଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜୋକାର ଇଏସଆଇ ହସ୍ପିଟାଲକୁ ନିଆଯିବା ସମୟରେ ସେ ଏଭଳି କହିଛନ୍ତି।

ଏହା ପୂର୍ବରୁ ପାର୍ଥ ଚାଟାର୍ଜୀ ମୋ ଘରକୁ ‘ମିନି ବ୍ୟାଙ୍କ’ ଭାବରେ ବ୍ୟବହାର କରୁଥିଲେ। ସେ ଆଣୁଥିବା ଟଙ୍କା ନିଜ ଘରେ ନରଖି ମୋ ଘରେ ରଖିବା ସହ ଦରକାର ସମୟରେ ଏହାକୁ କାମରେ ଲଗାଉଥିଲେ ବୋଲି ଇଡି ଆଗରେ କହିଥିଲେ ଅର୍ପିତା। ହେଲେ ଏବେ ଅର୍ପିତା ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ଜବତ ହୋଇଥିବା ଟଙ୍କା ମୋର ନୁହେଁ ବୋଲି କହିଛନ୍ତି ପାର୍ଥ।

ଉ‌ଲ୍ଲେଖଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜୁଲାଇ ୨୩ରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ଇଡିର ଏକ ୮ ଜଣିଆ ଟିମ୍‌ ଗତ ଶୁକ୍ରବାର ସକାଳ ପ୍ରାୟ ୭ଟା ୩୦ରେ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲା। ଇଡି ଅଧିକାରୀମାନେ ଦୀର୍ଘ ୨୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପାର୍ଥଙ୍କୁ ମାରାଥନ ଜେରା କରିବାପରେ ଶନିବାର ତାଙ୍କୁ ଗିରଫ କରାଯାଇଥିଲା। ସେହି ଦିନ ଅର୍ପିତାଙ୍କୁ ମଧ୍ୟ ଗିରଫ କରିଥିଲା ଇଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe