କେବଳ ପଞ୍ଜାବ ନୁହେଁ, ସମଗ୍ର ଦେଶ ପ୍ରତିବାଦ କରୁଛି, କିନ୍ତୁ କେନ୍ଦ୍ର ସରକାର ଦେଖିପାରୁ ନାହାନ୍ତି: ହର୍‌ସିମ୍‌ରତ୍‌ ବାଦଲ

Advertisment
କେବଳ ପଞ୍ଜାବ ନୁହେଁ, ସମଗ୍ର ଦେଶ ପ୍ରତିବାଦ କରୁଛି, କିନ୍ତୁ କେନ୍ଦ୍ର ସରକାର ଦେଖିପାରୁ ନାହାନ୍ତି: ହର୍‌ସିମ୍‌ରତ୍‌ ବାଦଲ

Image Courtesy of India Today

ନୂଆଦିଲ୍ଲୀ: ସାଂସଦ ତଥା ଶିରୋମଣି ଅକାଳି ଦଳ ନେତ୍ରୀ ହର୍‌ସିମ୍‌ରତ୍‌ କୌର୍‌ ବାଦଲ ଶନିବାର ଦିନ କହିଛନ୍ତି ଯେ, କେବଳ ପଞ୍ଜାବ କୃଷି ଆଇନ ବିରୋଧରେ ପ୍ରତିବାଦ କରୁଛି ବୋଲି କେନ୍ଦ୍ର ସରକାରଙ୍କର ଭ୍ରାନ୍ତ ଧାରଣା ହୋଇଛି। ସେ ଗୁରୁତ୍ୱାରୋପ କରି ପୁଣି କହିଛନ୍ତି ଯେ, କୃଷକମାନଙ୍କ ସମେତ ସମଗ୍ର ଦେଶ ଏହି ଆଇନକୁ ବିରୋଧ କରୁଛନ୍ତି।

କେବଳ ପଞ୍ଜାବ ନୁହେଁ, ସମଗ୍ର ଦେଶ କୃଷି ଆଇନ ବିପକ୍ଷରେ ପ୍ରତିବାଦ କରୁଥିବା ଭଳି ବାସ୍ତବ କଥାକୁ ଯଦି କେନ୍ଦ୍ର ସରକାର ଦେଖି ନ ପାରନ୍ତି, ତେବେ କେହି କିଛି କରିପାରିବେ ନାହିଁ।

publive-image Image Courtesy of India Today

ସ୍ମରଣଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦସ୍ୱରୂପ ୨୦୨୦ ସେପ୍ଟେମ୍ବରରେ ହର୍‌ସିମ୍‌ରତ୍‌ କୌର୍‌ ବାଦଲ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏହାଛଡ଼ା, ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଲାଗି ଲୋକମାନଙ୍କ ନାମରେ ରୁଜୁ ହୋଇଥିବା ମାମଲା ନିମନ୍ତେ ମଧ୍ୟ ହର୍‌ସିମ୍‌ରତ୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ସମାଲୋଚନା କରିଛନ୍ତି। ସେ ସବୁ ମାମଲା ପ୍ରତ୍ୟାହାର କରାଇବା ପଞ୍ଜାବ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

କୃଷି ଆଇନକୁ ବିରୋଧ କରି ଆଜି ସମଗ୍ର ଦେଶର ବିଭିନ୍ନ ରାଜପଥ ଅବରୋଧ କରି ପ୍ରତିବାଦକାରୀ କୃଷକମାନେ ମଧ୍ୟାହ୍ନରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ‘ଚକା ଜାମ୍‌’ ବା ଯାନବାହନ ଚଳାଚଳ ବନ୍ଦ କରାଇଛନ୍ତି। ଏପର୍ଯ୍ୟନ୍ତ କୌଣସି ସ୍ଥାନରେ କିଛି ଅପ୍ରୀତିକର ଘଟଣା ଘଟିଥିବା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe