Image Courtesy of OneIndia
ୱାସିଂଟନ୍: ପ୍ରତ୍ୟେକ ଦେଶର ରୁଷ୍ ସହ ନିଜସ୍ବ ସମ୍ପର୍କ ରହିଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସେ ସମ୍ପର୍କରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଚାହୁଁନାହିଁ ବୋଲି ଗୁରୁବାର ଦିନ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି।
ରୁଷ୍-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ଗତକାଲି ରୁଷ୍ର ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭ୍ରୋଭ୍ଙ୍କ ଦିଲ୍ଲୀ ଗସ୍ତକୁ ପ୍ରସଙ୍ଗ କରି ନେଡ୍ କହିଛନ୍ତି, ରୁଷୀୟ ରାଷ୍ଟ୍ରସଂଘ ସହିତ ଭିନ୍ନ ଭିନ୍ନ ଦେଶମାନଙ୍କର ନିଜସ୍ବ ସମ୍ପର୍କ ରହିଛି। ଏହା ଇତିହାସର ଓ ଭୂଗୋଳର ବାସ୍ତବତା। ଆମେ ସେଥିରେ କୌଣସି ପରିବର୍ତ୍ତନ ଚାହୁଁନାହୁଁ। ଏହା ଭାରତ ପରିପ୍ରେକ୍ଷୀରେ ହେଉ କି, ବିଶ୍ବର ଅନ୍ୟ କୌଣସି ମିତ୍ର ରାଷ୍ଟ୍ର କ୍ଷେତ୍ରରେ ହେଉ ଆନ୍ତର୍ଜାତିକ ସମୁଦାୟ ମିଳିତ ଭାବେ ଯାହା କହୁଛନ୍ତି ସେମାନେ ତାହା ଅନୁସରଣ କରନ୍ତୁ ବୋଲି ଆମର ଏକାନ୍ତ ଇଚ୍ଛା।
Image Courtesy of Justdialଅପ୍ରାସଙ୍ଗିକ, ହିଂସାର ଅବସାନ ନିମନ୍ତେ ଅକାରଣ ତଥା ପୂର୍ବ-ପରିକଳ୍ପିତ ଆକ୍ରମଣ ବିରୋଧରେ ଭାରତ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସ୍ବର ଉତ୍ତୋଳନ କରିବା ଉଚିତ। ଦୀର୍ଘ ଦିନରୁ ରୁଷ୍ ସହିତ ସମ୍ପର୍କ ଥିବା କେତେକ ରାଷ୍ଟ୍ର ମଧ୍ୟ ଆମ ଯୁକ୍ତିକୁ ସମର୍ଥନ କରୁଛନ୍ତି।
ସୂଚନାଯୋଗ୍ୟ, ୨ଦିନିଆ ଗସ୍ତରେ ଆସି ଗୁରୁବାର ଦିନ ଭାରତରେ ପହଞ୍ଚିଥିବା ରୁଷୀୟ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିବେ। ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟିକ ସଚିବ ଜିନା ରୈମଣ୍ଡୋ ଲାଭ୍ରୋଭ୍ଙ୍କ ଭାରତ ଗସ୍ତକୁ ଅତି ନୈରାଶ୍ୟଜନକ କହି ସମାଲୋଚନା କରିଛନ୍ତି।
ଯୁଦ୍ଧ ସମୟରେ ରୁଷ୍ ପ୍ରତି ଭାରତର ମନୋଭାବ ସମ୍ପ୍ରତି ବୈଶ୍ବିକ ଚର୍ଚ୍ଚା ପାଲଟିଛି। ୟୁକ୍ରେନ୍ ଆକ୍ରମଣ ପାଇଁ ଭାରତ ରୁଷ୍କୁ ନିନ୍ଦା କରି ନ ଥିଲେ ବି ଅସ୍ତ୍ରବିରତି ପାଇଁ ଆହ୍ବାନ ଦେଇଛି।
Follow Us