ଡମ୍ଫର ଓ ଜେସିବି ଚଳାଇବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ: କେନ୍ଦ୍ର ସରକାର

Advertisment
ଡମ୍ଫର ଓ ଜେସିବି ଚଳାଇବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ: କେନ୍ଦ୍ର ସରକାର

photo-youtube

ନୂଆଦିଲ୍ଲୀ: ରାସ୍ତା ବା ଅନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ନିୟୋଜିତ ହେଉଥିବା ଡମ୍ପର ଓ ଜେସିବି ଭଳି ଭାରି ଯାନ ଚଳାଇବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ | କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି | ଏହା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କୁ ଏନେଇ ଥିବା ନିର୍ଦ୍ଦେଶନାମା ଜାରି କରାଯାଇଛି | ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲୋଡର, ପଥର ଭାଙ୍ଗିବା ଯାନକୁ ମୋଟର ଯାନ ଅଧିନିୟମ ଅନୁଯାୟୀ ପଞ୍ଜୀକରଣ କରିବାକୁ ବାଧ୍ୟ ନ କରାଯାଉ ।

ଏହା ସହିତ ଯେଉଁମାନେ ଏହି ମେସିନ୍ ଚଲାନ୍ତି ସେମାନଙ୍କ ପାଇଁ ଲାଇସେନ୍ସ ମଧ୍ୟ ବାଧ୍ୟତାମୂଳକ ନୁହେଁ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ ସୂଚନା ଦେଇଛନ୍ତି ଯେ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ଏହିପରି ଭାରୀ ଯନ୍ତ୍ର ମୋଟର ଯାନର ପରିଭାଷା ଅଧୀନରେ ନାହିଁ। ଏହି କାରଣରୁ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାର / ପ୍ରଶାସନକୁ ମୋଟର ଯାନ ଅଧିନିୟମ ଅନୁଯାୟୀ ଏହିପରି ଉପକରଣର ପଞ୍ଜୀକରଣ କିମ୍ବା ଲାଇସେନ୍ସ ପ୍ରଦାନରେ ଜୋର ନ ଦେବାକୁ କହିଛି।


ଏଠାରେ ସୂଚନା ଥାଉ ଯେ ଭାରୀ ଯନ୍ତ୍ର ତାଲିକାରେ ଡମ୍ପର୍, ଲୋଡର୍, ଶୋଭାଲ୍, ଡ୍ରିଲ୍ ମାଷ୍ଟ୍, ବୁଲଡୋଜର୍, ମୋଟର ଗ୍ରେଡର୍ ଏବଂ ରକ୍ ବ୍ରେକର୍ ଭଳି ଉପକରଣ ଅନ୍ତର୍ଭୁକ୍ତ ରହିଛି | ସେହିପରି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଗାଡି ପଞ୍ଜୀକରଣ କରିବା କିମ୍ବା ସେମାନଙ୍କୁ ଫିଟନେସ୍ ସାର୍ଟିଫିକେଟ୍ ପ୍ରଦାନ କରିବା ସମୟରେ ଫାଷ୍ଟ ଟ୍ୟାଗ ବାବଦରେ ସବିଶେଷ ତଥ୍ୟ ରଖିବାକୁ ନିଷ୍ପତ୍ତି ନେଇଛି | ଏନେଇ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚିଠି ଲେଖି ଜଣାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe