ରୁଷ୍‌ରୁ ତେଲ କିଣିବା କଟକଣା ଉଲ୍ଲଂଘନ ନୁହେଁ, କିନ୍ତୁ ଏହା ଭାରତକୁ ଇତିହାସରେ ଭୁଲ୍ ଭାବେ ଉପସ୍ଥାପନ କରିପାରେ : ଆମେରିକା

Advertisment
ରୁଷ୍‌ରୁ ତେଲ କିଣିବା କଟକଣା ଉଲ୍ଲଂଘନ ନୁହେଁ, କିନ୍ତୁ ଏହା ଭାରତକୁ ଇତିହାସରେ ଭୁଲ୍ ଭାବେ ଉପସ୍ଥାପନ କରିପାରେ : ଆମେରିକା

Image Courtesy of ABP Live

ୱାସିଂଟନ୍‌: ଭାତର ରିହାତି ଦରରେ ରୁଷୀୟ ତୈଳ ଖରିଦ କରିବା ଆମେରିକୀୟ କଟକଣାର ଉଲ୍ଲଂଘନ ନୁହେଁ , କିନ୍ତୁ ଏଭଳି ପଦକ୍ଷେପ ବିଶ୍ବର ବୃହତ୍ତମ ଗଣତନ୍ତ୍ରକୁ (ଭାରତ) ଇତିହାସର ଭୁଲ୍‌ ଭାବେ ଉପସ୍ଥାପନ କରିବ ବୋଲି ମଙ୍ଗଳବାର ଦିନ ଆମେରିକା କହିଛି।

ସମସ୍ତ ରୁଷୀୟ ଶକ୍ତି (ଏନର୍ଜି) ଆମଦାନି ଉପରେ ଯୁକ୍ତରାଷ୍ଟ୍ର ଆମେରିକା କଟକଣା ଜାରି କରିବାର ସପ୍ତାହକ ପରେ ରୁଷ୍‌ ରିହାତି ଦରରେ ଯାଚୁଥିବା ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଖରିଦ କରିବାକୁ ଭାରତର ବିଚାର ବିଷୟରେ ପଚରାଯିବାରୁ ହ୍ବାଇଟ୍‌ ହାଉସ୍ ପ୍ରେସ୍‌ ସଚିବ ଜେନ୍‌ ସାକି କହିଲେ, ଯୁକ୍ତରାଷ୍ଟ୍ର ଆମେରିକା ଜାରି କରିଥିବା କଟକଣାକୁ ମାନିବା ପାଇଁ ଜୋ ବାଇଡେନ୍‌ ପ୍ରଶାସନ ଦେଶମାନଙ୍କୁ କହିଛି।

publive-image Image Courtesy of Mathrubhumi English

କିନ୍ତୁ, ମୋର ମନେହୁଏ, ଭାରତ ରୁଷ୍‌ରୁ ତୈଳ ଖରିଦ କରିବା କଟକଣା ଉଲ୍ଲଂଘନ ନୁହେଁ। କିନ୍ତୁ, ଭାରତର ସ୍ଥାନ ବିଷୟରେ ମୁଁ ବିଚାର କରୁଛି। ଏଇ ସମୟର ଇତିହାସ ପୁସ୍ତକ ଲେଖା ହେଲେ, ସେଥିରେ ଲେଖାଯିବ ରୁଷ୍‌କୁ ସମର୍ଥନ କରିବା, ରୁଷୀୟ ନେତୃତ୍ବକୁ ସମର୍ଥନ କରିବା ହେଉଛି ଆକ୍ରମଣକୁ ସମର୍ଥନ କରିବା।

ସୂଚନାଯୋଗ୍ୟ, ୟୁକ୍ରେନ୍‌ ଆକ୍ରମଣକୁ ଭାରତ ନିନ୍ଦା କରିନାହିଁ ଏବଂ ରୁଷ୍‌ର ଆକ୍ରମଣ ବିରୋଧରେ ଜାତିସଂଘ ଆୟୋଜନ କରିଥିବା ଭୋଟ୍‌ରୁ ବିରତ ରହିଥିଲା। ଯଥା ସମ୍ଭବ ରୁଷ୍‌ ସହ ସମ୍ପର୍କ ନ ରଖିବା ଲାଗି ଗତ କିଛି ସପ୍ତାହ ହେବ ଆମେରିକୀୟ ଅଧିକାରୀମାନେ ଭାରତକୁ କହି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe