ଗଛରୁ ବର୍ଷିଲା ଟଙ୍କା ! ଲୋକେ ତାଜୁବ

Advertisment

ଉତ୍ତର ପ୍ରଦେଶର ହମିରପୁରରେ ଏକ ଅଜବ ଘଟଣା ଘଟିଛି । ଏକ ଗଛରୁ ଟଙ୍କା ବର୍ଷିଛି ।  ପ୍ରାୟ ୧ ଘଣ୍ଟା ଧରି ଗଛରୁ ଟଙ୍କା ବର୍ଷୁଥିବାବେଳେ ଲୋକମାନେ ତଳେ ରହି ଟଙ୍କା ଗୋଟାଉଥିଲେ। ତେବେ କଣ ଥିଲା ପ୍ରକୃତ ଘଟଣା ?

ଉତ୍ତର ପ୍ରଦେଶର ହମିରପୁରରେ ଏକ ଅଜବ ଘଟଣା ଘଟିଛି । ଏକ ଗଛରୁ ଟଙ୍କା ବର୍ଷିଛି ।  ପ୍ରାୟ ୧ ଘଣ୍ଟା ଧରି ଗଛରୁ ଟଙ୍କା ବର୍ଷୁଥିବାବେଳେ ଲୋକମାନେ ତଳେ ରହି ଟଙ୍କା ଗୋଟାଉଥିଲେ। ତେବେ କଣ ଥିଲା ପ୍ରକୃତ ଘଟଣା ?

New Project (24)

ହମିରପୁର : ଉତ୍ତର ପ୍ରଦେଶର ହମିରପୁରରେ ଏକ ଅଜବ ଘଟଣା ଘଟିଛି । ଏକ ଗଛରୁ ଟଙ୍କା ବର୍ଷିଛି ।  ପ୍ରାୟ ୧ ଘଣ୍ଟା ଧରି ଗଛରୁ ଟଙ୍କା ବର୍ଷୁଥିବାବେଳେ ଲୋକମାନେ ତଳେ ରହି ଟଙ୍କା ଗୋଟାଉଥିଲେ । ତେବେ କଣ ଥିଲା ପ୍ରକୃତ ଘଟଣା ?

ପ୍ରକୃତ କଥା ହେଉଛି ମାଙ୍କଡ଼ମାନେ ଜଣେ ଦୋକାନୀଙ୍କ ଏକ ଟଙ୍କା ଥଳି ନେଇଯାଇଥିଲେ ଓ ତାହାକୁ ଧରି ଗଛ ଉପରକୁ ଚଢିଯାଇଥିଲେ । ଥଳିରେ ପ୍ରାୟ ୧୧ ହଜାର ଟଙ୍କା ଥିଲା । ମାଙ୍କଡ଼ମାନେ ଗଛଉପରେ ଚଢି ବ୍ୟାଗରୁ ଟଙ୍କା କାଢି ତଳକୁ ପକାଇବାରେ ଲାଗିଲେ । ଏହା ଦେଖି ଲୋକମାନେ ତଳେ ଏକାଠି ହୋଇ ଟଙ୍କା ଗୋଟାଇବାକୁ ଲାଗିଥିଲେ । ଏହି ଚର୍ଚ୍ଚିତ ଘଟଣାଟି ହମିରପୁରର ମୌଧା କୋତୱାଲି ଅଞ୍ଚଳର ଥାନା ଚୌରାହା ନିକଟବର୍ତ୍ତୀ ମରାଠିପୁରରେ ଘଟିଥିଲା । 

ମାଙ୍କଡ଼ ଗଛ ଉପରୁ ଟଙ୍କା ପକାଉଥିବାବେଳେ ଲୋକମାନେ ତଳେ ଥାଇ ତାହାକୁ ଗୋଟାଉଥିଲେ । ଅବଶ୍ୟ କେତେକ ଲୋକ ଟଙ୍କା ଗୋଟାଇ ଦୋକାନୀକୁ ଦେଇଦେଇଥିଲେ । କିନ୍ତୁ ଆଉ କେତେକ ଲୋକ ଟଙ୍କା ଧରି ପଳାଇଥିଲେ । ଦୋକାନୀ ପାଖକୁ ପ୍ରାୟ ୬ ହଜାର ଟଙ୍କା ଫେରିଆସିଥିଲା । 


ସୂଚନା ଅନୁସାରେ ମରାଠିପୁରର ବାସିନ୍ଦା ବାଲ ଗୋପାଳ ଏକ ପୂଜା-ପାଠ ସାମଗ୍ରୀର ଏକ ଦୋକାନ କରିଛନ୍ତି। ତାଙ୍କ ଦୋକାନକୁ ଏକ ମାଙ୍କଡ଼ ଦଳ ଆସିଥିଲା ଏବଂ ଗୋଟିଏ ମାଙ୍କଡ଼ ଦୋକାନୀଙ୍କ ଟଙ୍କା ବ୍ୟାଗ ଧରି ଗଛରେ ଚଢ଼ିଗଲା, ଯେଉଁଥିରେ ୧୦ ହଜାର ୮୦୦ ଟଙ୍କା ଥିଲା। ମାଙ୍କଡ଼ ଗଛ ଉପରୁ ଟଙ୍କା ପକାଉଥିବାବେଳେ ଲୋକମାନେ ତଳେ ଥାଇ ତାହାକୁ ଗୋଟାଉଥିଲେ । ଅବଶ୍ୟ କେତେକ ଲୋକ ଟଙ୍କା ଗୋଟାଇ ଦୋକାନୀକୁ ଦେଇଦେଇଥିଲେ । କିନ୍ତୁ ଆଉ କେତେକ ଲୋକ ଟଙ୍କା ଧରି ପଳାଇଥିଲେ । ଦୋକାନୀ ପାଖକୁ ପ୍ରାୟ ୬ ହଜାର ଟଙ୍କା ଫେରିଆସିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe