ଶାସନ ଦୁର୍ବଳ ହେବା ପରି କିଛି କରା ନ ଯିବା ଉଚିତ: ଆମେରିକାକୁ ତାଲିବାନ୍‌ର ସତର୍କବାଣୀ

ଶାସନ ଦୁର୍ବଳ ହେବା ପରି କିଛି କରା ନ ଯିବା ଉଚିତ: ଆମେରିକାକୁ ତାଲିବାନ୍‌ର ସତର୍କବାଣୀ

Image Courtesy of NDTV

ଦୋହା: ଶାସନ ଦୁର୍ବଳ ହେବା ପରି କିଛି ନ କରିବାକୁ ତାଲିବାନ୍‌ ଯୁକ୍ତରାଷ୍ଟ୍ର ଆମେରିକାକୁ ସତର୍କ କରାଇ ଦେଇଥିବାକଥା ଶନିବାର ଦିନ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତ୍ତାକ୍ୱି କହିଛନ୍ତି।

ଆଫଗାନିସ୍ତାନରୁ ସୈନ୍ୟ ଅପସାରଣ କରିବା ପରେ ତାଲିବାନ୍‌ ସହ କରିଥିବା ପ୍ରତ୍ୟକ୍ଷ ଆଲୋଚନା ବେଳେ ଉପରୋକ୍ତ ସତର୍କବାଣୀ ଦିଆଯାଇଥିବା କଥା ସେ କହିଛନ୍ତି।

ସୂଚନାଯୋଗ୍ୟ, ଆମେରିକା ନେତୃତ୍ୱାଧୀନ ଆକ୍ରମଣ ପରେ ଆଫଗାନିସ୍ତାନ ଶାସନ କ୍ଷମତାରୁ ବିତାଡ଼ିତ ତାଲିବାନ୍‌ ଦୀର୍ଘ ୨୦ ବର୍ଷ ପରେ ପୁନର୍ବାର ତା’ର ଶାସନ ପ୍ରବର୍ତ୍ତନ କରିବାକୁ ଉଦ୍ୟମ ଚଳାଇଥିବା ବେଳେ ମୁତ୍ତାକ୍ୱି ଏଭଳି କହିଛନ୍ତି।

କତାରର ରାଜଧାନୀ ଦୋହାରେ ଆଲୋଚନା ସମ୍ପନ୍ନ ହେବା ପରେ ଆଫଗାନିସ୍ତାନର ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ ‘ବଖତର୍‌’କୁ ମୁତ୍ତାକ୍ୱି କହିଛନ୍ତି, ଆଫଗାନିସ୍ତାନରେ ଶାସନ ଚଳାଇଥିବା ସରକାରକୁ ଦୋଦୁଲ୍ୟମାନ ପରିସ୍ଥିତିକୁ ନେବା ଲାଗି ଉଦ୍ୟମ କଲେ କାହାରି ମଙ୍ଗଳ ହେବ ନାହିଁ ବୋଲି ଆମେ ତାଙ୍କୁ ସ୍ପଷ୍ଟ ଭାବେ କହିଛୁ।

publive-image Image Courtesy of Toptenews

ଆଫଗାନିସ୍ତାନ ସହ ସୁସମ୍ପର୍କ ସମସ୍ତଙ୍କ ପାଇଁ ଉତ୍ତମ। ଆଫଗାନିସ୍ତାରେ ଶାସନ କରୁଥିବା ସରକାରକୁ ଦୁର୍ବଳ କଲାଭଳି କିଛି କରିବା ଅନୁଚିତ। ସେମିତି ହେଲେ ଜନଗଣଙ୍କ ପାଇଁ ଅସୁବିଧା ହୋଇପାରେ।

ଆମେରିକାର ବୈଦେଶିକ ବିଭାଗର ‘ଡେପୁଟି ସ୍ପେସାଲ୍‌ ରିପ୍ରେଜେନ୍‌ଟେଟିଭ୍‌’ ଟମ୍‌ େଓ୍ଵଷ୍ଟ୍‍ ଏବଂ ‘ଶୀର୍ଷସ୍ତରୀୟ ‘ୟୁଏସ୍‌ଏଡ୍‌’ ମାନବୀୟ ଅଧିକାରୀ ସାରା ଚାର୍ଲସ୍‌ଙ୍କ ନେତୃତ୍ୱାଧୀନ ‘ୟୁଏସ୍‌ ଟିମ୍‌’ ସହ ଦୁଇ ଦିନ ଆଲୋଚନା କରିବା ପରେ ମୁତ୍ତାକ୍ୱି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନମାନଙ୍କୁ କୋଭିଡ୍‌-୧୯ ସଂକ୍ରମଣ ନିରୋଧୀ ଟିକା ଦେବାରେ ସହାୟକ ହେବ। ଟିକାକରଣରେ ସହାୟତା କରିବା ସହ ମାନବୀୟ ସହଯୋଗ ଯୋଗାଇ ଦେବେ ବୋଲି ଆମେରିକାରୁ ଆସିଥିବା ପ୍ରତିନିଧି ଦଳ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି।

କିନ୍ତୁ, ଏହି ଆଲୋଚନା ସମ୍ବନ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ହଠାତ୍‌ କୌଣସି ମନ୍ତବ୍ୟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe