webdesigninghouse.com
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କ୍ରିପ୍ଟୋକରେନ୍ସି ସାଇଟ୍ଗୁଡ଼ିକୁ ନୋଟିସ ଜାରି କରିଛନ୍ତି। ଫେମା ନିୟମ ଅଧୀନରେ ଏହି ନୋଟିସ୍ ପଠାଯାଇଛି। ଅଧିକ ବିବରଣୀ ଓ ନଥିପତ୍ର ଦାଖଲ କରିବାକୁ କ୍ରିପ୍ଟୋ ସାଇଟ୍ଗୁଡ଼ିକୁ କୁହାଯାଇଛି। ଅନ୍ତର୍ଜାତୀୟ ବାଣିଜ୍ୟ ଓ ପେମେଣ୍ଟ ବ୍ୟବସ୍ଥାକୁ ସୁଗମ କରିବା ଫେମା ଆଇନର ଉଦ୍ଦେଶ୍ୟ। ଏହାସହ ଭାରତରେ ମୁଦ୍ରା ବିନିମୟ ବଜାରର ସାମୟିକ ବିକାଶ ଓ ରକ୍ଷଣାବେକ୍ଷଣ କରିବା ମଧ୍ୟ ଏହାର ଲକ୍ଷ୍ୟ। ଗତ ଜୁନ ମାସରେ ଇଡି ଭାରତର ସର୍ବବୃହତ କ୍ରିପ୍ଟୋ କରେନ୍ସି ସଂସ୍ଥା ୱଜିରଏକ୍ସକୁ ୨,୭୯୦.୭୪ କୋଟି ଟଙ୍କାର କାରବାର ବିଷୟରେ ବୁଝାଇବାକୁ କହିଥିଲା। ଯାହାକି ଫେମା ନିୟମର ଉଲଂଘନ କରିଥିବା ଅଭିଯୋଗ ହୋଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଓ ଆୟକର ବିଭାଗ ସମେତ ଭାରତ ସରକାରଙ୍କ ବିଭିନ୍ନ ଏଜେନ୍ସିଗୁଡ଼ିକ ମଧ୍ୟରୁ ଇଡି ହେଉଛି ଅନ୍ୟତମ। ବାଣିଜ୍ୟ ଭିତିକ ମନି ଲଣ୍ଡରିଂରେ କ୍ରିପ୍ଟୋ ବ୍ୟବହାର ହେଉଥିବା ବିଷୟରେ ଏହା ସରକାରଙ୍କୁ ଅବଗତ କରିଛି।
Follow Us