ହରିୟାଣା ମନ୍ତ୍ରୀ ଅନୀଲ ବିଜଙ୍କୁ କାରଣ ଦର୍ଶାଅ ନୋଟିସ୍

ହରିୟାଣାରେ ବିଜେପି ଭିତରେ ଚାଲିଥିବା ଅନ୍ତଃକନ୍ଦଳ ସାମ୍ନାକୁ ଆସିଛି । ପ୍ରଥମ ଥର ପାଇଁ ଦଳ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନିଲ ବିଜଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି । ହରିୟାଣା ବିଜେପି ସଭାପତି ମୋହନଲାଲ ବାଡୋଲି ସୋମବାର (ଫେବ୍ରୁଆରି ୧୦) ଅନୀଲ ଭିଜଙ୍କୁ ଏହି ନୋଟିସ୍ ପଠାଇଛନ୍ତି।

vij

ନୂଆଦିଲ୍ଲୀ : ହରିୟାଣାରେ ବିଜେପି ଭିତରେ ଚାଲିଥିବା ଅନ୍ତଃକନ୍ଦଳ ସାମ୍ନାକୁ ଆସିଛି । ପ୍ରଥମ ଥର ପାଇଁ ଦଳ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନିଲ ବିଜଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି । ହରିୟାଣା ବିଜେପି ସଭାପତି ମୋହନଲାଲ ବାଡୋଲି ସୋମବାର (ଫେବ୍ରୁଆରି ୧୦) ଅନୀଲ ଭିଜଙ୍କୁ ଏହି ନୋଟିସ୍ ପଠାଇଛନ୍ତି।

ନୋଟିସରେ କୁହାଯାଇଛି ଯେ, ଆପଣ ନିକଟରେ ଦଳର ସଭାପତି ଏବଂ ଦଳର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାର୍ବଜନୀନ ବୟାନ ଦେଇଛନ୍ତି। ଏହା ଗମ୍ଭୀର ଅଭିଯୋଗ ଏବଂ ଏହା ଦଳର ନୀତି ଓ ଆଭ୍ୟନ୍ତରୀଣ ଶୃଙ୍ଖଳା ବିରୋଧୀ।

ନୋଟିସରେ କୁହାଯାଇଛି ଯେ, ଆପଣ ନିକଟରେ ଦଳର ସଭାପତି ଏବଂ ଦଳର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାର୍ବଜନୀନ ବୟାନ ଦେଇଛନ୍ତି। ଏହା ଗମ୍ଭୀର ଅଭିଯୋଗ ଏବଂ ଏହା ଦଳର ନୀତି ଓ ଆଭ୍ୟନ୍ତରୀଣ ଶୃଙ୍ଖଳା ବିରୋଧୀ।

ବଡୋଲି କହିଛନ୍ତି, ଆପଣଙ୍କ ପଦକ୍ଷେପ କେବଳ ଦଳର ଆଦର୍ଶ ବିରୁଦ୍ଧରେ ନୁହେଁ, ବରଂ ଏହା ଏପରି ସମୟରେ ଆସିଥିଲା ଯେତେବେଳେ ଦଳ ପଡ଼ୋଶୀ ରାଜ୍ୟ (ଦିଲ୍ଲୀ)ରେ ନିର୍ବାଚନ ପାଇଁ ପ୍ରଚାର କରୁଥିଲା। ନିର୍ବାଚନ ସମୟରେ ସମ୍ମାନଜନକ ମନ୍ତ୍ରୀ ପଦରେ ରହି ଏଭଳି ବୟାନ ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବାର ଆଶଙ୍କା ଥିଲା। ଏହା ଜାଣି ଆପଣ ଏଭଳି ବୟାନ ଦେଇଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। 
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆପଣମାନଙ୍କୁ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଉଛି। ଆମେ ଆଶା କରୁଛୁ ଯେ ଆପଣ ୩ ଦିନ ମଧ୍ୟରେ ଏହି ବିଷୟରେ ଏକ ଲିଖିତ ସ୍ପଷ୍ଟୀକରଣ ପ୍ରଦାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe