କର୍ଣ୍ଣାଟକ ନିର୍ବାଚନ : ଏହି କାରଣରୁ କଂଗ୍ରେସକୁ ନୋଟିସ ଜାରି କଲେ ନିର୍ବାଚନ କମିସନ

Advertisment
ସିଇଓଙ୍କ ନିକଟରେ ବିଜେପିର ଅଭିଯୋଗ: ସରକାରୀ ଅଧିକାରୀ ବିଜେଡି ପାଇଁ ପ୍ରଚାର କରୁଛନ୍ତି

Ommcom News

ନୂଆଦିଲ୍ଲୀ: ବିଜେପି ବିରୋଧରେ ଖବରକାଗଜରେ ପ୍ରକାଶିତ 'ଦୁର୍ନୀତି ଦରତାଲିକା' ବିଜ୍ଞାପନକୁ ନେଇ ନିର୍ବାଚନ ଆୟୋଗ କଂଗ୍ରେସର କର୍ଣ୍ଣାଟକ ୟୁନିଟ୍କୁ ନୋଟିସ୍ ଜାରି କରିବା ସହ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ରବିବାର ସନ୍ଧ୍ୟା ସୁଦ୍ଧା  ପ୍ରମାଣ ପ୍ରଦାନ କରିବାକୁ କହିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି)ର ଅଭିଯୋଗ ପରେ କମିଶନ ଶନିବାର ସନ୍ଧ୍ୟାରେ ଏହି ନୋଟିସ୍ ଜାରି କରିଛନ୍ତି ।

କର୍ଣ୍ଣାଟକରେ ମେ ୧୦ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ୨୦୧୯ରୁ ୨୦୨୩ ମଧ୍ୟରେ ରାଜ୍ୟରେ ଦୁର୍ନୀତି ହାର କୁ ନେଇ ପୋଷ୍ଟର ଓ ବିଜ୍ଞାପନ ଜାରି କରି ବିଜେପି ସରକାରକୁ 'ଟ୍ରବଲ୍ ଇଞ୍ଜିନ୍' ବୋଲି କହିଥିଲା ।

ବିଜେପିର ଅଭିଯୋଗ ଉପରେ କଂଗ୍ରେସକୁ ଏକ ନୋଟିସ୍ ଜାରି କରି ନିର୍ବାଚନ କମିଶନ କହିଛନ୍ତି ଯେ ଏହା ଏକ ଯୁକ୍ତିଯୁକ୍ତ ଧାରଣା ଯେ କଂଗ୍ରେସ ପାଖରେ ସାମଗ୍ରୀଗତ/ଅନୁଭୂତିଭିତ୍ତିକ/ଯାଞ୍ଚଯୋଗ୍ୟ ପ୍ରମାଣ ଅଛି, ଯାହା ଆଧାରରେ ନିର୍ଦ୍ଦିଷ୍ଟଭାବେ ଏହି 'ତଥ୍ୟ' ପ୍ରକାଶ ପାଇଛି  ।

ଆୟୋଗ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତିଙ୍କୁ ରବିବାର ସଂଧ୍ୟା ସୁଦ୍ଧା ପ୍ରମାଣ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛି । ବିଜ୍ଞାପନରେ ବିଭିନ୍ନ କାମ ପାଇଁ ଦିଆଯାଇଥିବା ଦର ବାବଦରେ ଏସବୁ ପ୍ରମାଣ ଦେବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe