ଫାଶୀର ବିକଳ୍ପ ଖୋଜିବା ପାଇଁ କେନ୍ଦ୍ରକୁ ନୋଟିସ୍‌

ମୃତ୍ୟୁ ଦଣ୍ଡକୁ ସହଜ କରିବା ପାଇଁ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ୱ

ଫାଶୀର ବିକଳ୍ପ ଖୋଜିବା ପାଇଁ କେନ୍ଦ୍ରକୁ ନୋଟିସ୍‌

ନୂଆଦିଲ୍ଲୀ: ଫାଶୀର ବିକଳ୍ପ ଖୋଜିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌୍‌ କୋର୍ଟ ନୋଟିସ୍‌ କରିଛନ୍ତି। ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ଅନ୍ୟ ଯେଉଁସବୁ ସହଜ ବିକଳ୍ପ ରହିଛି ସେଥିରୁ କେଉଁ ଉପାୟକୁ ଗ୍ରହଣ କରାଯିବ ସେ ସଂପର୍କରେ ଜବାବ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ କହିଛନ୍ତି। ୩ ମାସ ମଧ୍ୟରେ ସରକାର ଏ ବାବଦରେ ଜବାବ ରଖିବାକୁ କୁହାଯାଇଛି। ଫାଶୀ ବ୍ୟବସ୍ଥା ଅତ୍ୟନ୍ତ ନିଷ୍ଠୁର ଓ ଯନ୍ତ୍ରଣାଦାୟକ ଥିବାରୁ ଏହାର ବକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ସୁପ୍ରିମ୍‌୍‌ କୋର୍ଟରେ ମାମଲା ଦାଏର ହୋଇଥିଲା। ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ବିଷ ଇଂଜେକ୍ସନ ପ୍ରୟୋଗ କରିବା, ଗୁଳି ମାରିବା କିମ୍ବା ବିଦ୍ୟୁତ୍‌୍‌ ଝଟ୍‌୍‌କା ଦେବା ଆଦି ବିକଳ୍ପରୁ କୌଣସିକୁ ଗ୍ରହଣ କରିବା ପାଇଁ ଦାବି କରି  ସୁପ୍ରିମ୍‌ କୋର୍ଟରେ ଆଇନଜୀବୀ ଋଷି ମାଲହୋତ୍ରା ଆବେଦନ କରିଥିଲେ।

ଫାଶୀ ଦେବା ପାଇଁ ପ୍ରାୟ ୪୦ ମିନିଟ୍‌ ଲାଗିଥାଏ। ଏହା ବଦଳରେ ଗୁଳି ମାରିଲେ କିମ୍ବା ବିଦ୍ୟୁତ ଚେୟାରରେ କିଛି ମିନିଟ୍‌ ପାଇଁ ବସାଇଦେଲେ ମୃତ୍ୟୁ ସହଜରେ ହୋଇପାରିବ ବୋଲି କୁହାଯାଇଛି।। ଶୁଣାଣିରେ ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ମୃତ୍ୟୁ ଦଣ୍ଡ ଦେବାପାଇଁ ନୂତନ ବୈଜ୍ଞାନିକ ଆବିଷ୍କାରକୁ ଗ୍ରହଣ କରିବା ନିମନ୍ତେ ବିଚାର କରିବାକୁ ହେବ। ଦୋଷୀକୁ ଶାନ୍ତିରେ ମୃତ୍ୟୁ ଦେବା ଉପରେ ମୁଖ୍ୟ ବିଚାରପତି ଗୁରୁତ୍ୱାରୋପ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe