ବନ୍ଦେ ଭାରତ ଟ୍ରେନରେ ଗୋରୁ ଧକ୍କା ନେଇ ସରପଞ୍ଚମାନଙ୍କୁ ନୋଟିସ ପଠାଇଲା ରେଳ ସୁରକ୍ଷା ବଳ 

Advertisment
ବନ୍ଦେ ଭାରତ ଟ୍ରେନରେ ଗୋରୁ ଧକ୍କା ନେଇ ସରପଞ୍ଚମାନଙ୍କୁ ନୋଟିସ ପଠାଇଲା ରେଳ ସୁରକ୍ଷା ବଳ 

ଅହମ୍ମଦାବାଦ: କିଛି ଦିନ ହେବ ବନ୍ଦେ ଭାରତ ଟ୍ରେନ ସହ ଗୋରୁ/ମଇଁଷି ଧକ୍କା ହେବା ଘଟଣାକୁ ନେଇ ଚିନ୍ତାରେ ପଡିଯାଇଛି ରେଳ ମନ୍ତ୍ରାଳୟ | ଦ୍ରୁତ ଗତିରେ ଟ୍ରେନ ଯାଉଥିବାବେଳେ ଏହା ସହ ଗୋରୁ ଧକ୍କା ହେବା ପରେ ଟ୍ରେନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହେଉଛି ଓ ଟ୍ରେନ କିଛି ସମୟ ପାଇଁ ଅଟକି ରହୁଛି | ଏସବୁ ଘଟଣାକୁ ନେଇ ରେଳ ମନ୍ତ୍ରାଳୟ ରେଳ ସୁରକ୍ଷା ବଳ(ଆରପିଏଫ)କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି |  ଏହା ପରେ ମହାରାଷ୍ଟ୍ରର ପାଲଘର ରେଳ ମାର୍ଗରେ ଥିବା ଗାଁର ସରପଞ୍ଚଙ୍କୁ ରେଳ ସୁରକ୍ଷା ବଳ (ଆରପିଏଫ) ନୋଟିସ ଜାରି କରିବା ଆରମ୍ଭ କରିଛି। ନୋଟିସରେ ସେମାନଙ୍କୁ ଟ୍ରାକ ନିକଟରେ ଗୋରୁମାନଙ୍କୁ ଯିବାକୁ ନ ଦେବାକୁ କୁହାଯାଇଛି। ନୋଟିସରେ କୁହାଯାଇଛି ଯେ ଯଦି କୌଣସି ଗୋରୁ ମାଲିକ ଏହି ନିର୍ଦ୍ଦେଶନାମାକୁ ନ ମାନନ୍ତି ଓ ପୂର୍ବ ଭଳି ସେମାନଙ୍କ ଗୋରୁକୁ ରେଳ ଧାରଣା ଆଖପାଖରେ ଛାଡ଼ିଦିଅନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଚେତାବନୀ ଦିଆଯାଇଛି।

ଉଲ୍ଲେଖ ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩୦ରେ ଗୁଜୁରାଟ ଏବଂ ମହାରାଷ୍ଟ୍ରର ରାଜଧାନୀ ମଧ୍ୟରେ ସେମି ହାଇ ସ୍ପିଡ୍ ଏକ୍ସପ୍ରେସ ଟ୍ରେନ୍ ସେବା ଆରମ୍ଭ କରିଥିଲେ। ଆଉ ଏହାରି ମଧ୍ୟରେ ତିନୋଟି ଘଟଣା ଘଟିଛି ଯେଉଁଥିରେ ଟ୍ରେନ୍ ସହିତ ଗୋରୁ ଧକ୍କା ହୋଇଥିଲେ । ପଶ୍ଚିମ ରେଲୱେର ମୁଖପାତ୍ର ସୁମିତ ଠାକୁର କହିଛନ୍ତି ଯେ ମୁମ୍ବାଇ ଡିଭିଜନ୍ ଦ୍ୱାରା ସରପଞ୍ଚଙ୍କୁ ନୋଟିସ୍ ଜାରି କରାଯାଇଛି ଯେଉଁଥିରେ ଅଧିକାରୀମାନେ ସ୍ଥାନୀୟ ବାସିନ୍ଦାଙ୍କୁ ନିବେଦନ କରିଛନ୍ତି ଯେ ରେଳଧାରଣା ନିକଟରେ ସେମାନଙ୍କ ଗୋରୁକୁ ଛାଡ଼ନ୍ତୁ ନାହିଁ | ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନ ଗୁଜୁରାଟର ଅତୁଲ ଷ୍ଟେସନ ନିକଟରେ ମୁମ୍ବାଇ-ଗାନ୍ଧିନଗର ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନରେ କିଛି ଗୋରୁ ଧକ୍କା ହୋଇଥିଲେ। ଟ୍ରେନ୍ ସେବା ଆରମ୍ଭ ହେବା ପରଠାରୁ ଏହା ହେଉଛି ତୃତୀୟ ଘଟଣା |

ଏହାପୂର୍ବରୁ, ଅକ୍ଟୋବର ୬ ଏବଂ ୭ ରେ ମଧ୍ୟ ଟ୍ରେନରେ କିଛି ଗୋରୁ ଧକ୍କା ହୋଇଥିଲେ। ଏହି ଦୁଇଟି ଘଟଣା ଗୁଜୁରାଟରେ ଘଟିଥିଲା। ଏହି ସମସ୍ତ ଘଟଣାରେ ଯାତ୍ରୀଙ୍କର କୌଣସି କ୍ଷତି ହୋଇନଥିଲେ ବି ଟ୍ରେନର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଥିଲା | ଏଭଳି ଘଟଣା କେବଳ ଟ୍ରେନ୍ ଦୁର୍ଘଟଣାର ଆଶଙ୍କାକୁ ବଢ଼ାଇଦେଇଥାଏ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe