ନିଃସଙ୍ଗତା ଦୂର ପାଇଁ ସତ୍ୟେନ୍ଦ୍ର ଜୈନ୍‌ଙ୍କ ପ୍ରକୋଷ୍ଠକୁ ଦୁଇଜଣ କଏଦୀଙ୍କୁ ପଠାଇଥିବା ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ନୋଟିସ୍‌ ଜାରି

Advertisment
ନିଃସଙ୍ଗତା ଦୂର ପାଇଁ ସତ୍ୟେନ୍ଦ୍ର ଜୈନ୍‌ଙ୍କ ପ୍ରକୋଷ୍ଠକୁ ଦୁଇଜଣ କଏଦୀଙ୍କୁ ପଠାଇଥିବା ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ନୋଟିସ୍‌ ଜାରି

Image Courtesy of NDTV

ନୂଆଦିଲ୍ଲୀ: ନିଃସଙ୍ଗ ବୋଧ କରୁଛନ୍ତି ବୋଲି ଅଭିଯୋଗ କରିବା ପରେ ‘ଆପ୍‌’ର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜେଲ୍‌ ପ୍ରକୋଷ୍ଠକୁ ୨ଜଣ କଏଦୀଙ୍କୁ ପଠାଇଥିବା ଦିଲ୍ଲୀ ତିହାର୍‌ ଜେଲ୍‌ର ଜଣେ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ନୋଟିସ୍‌ ଜାରି କରାଯାଇଛି।

ଗତବର୍ଷ ଗିରଫ ହୋଇ କଡ଼ା ନିରାପତ୍ତାଯୁକ୍ତ ଜେଲ୍‌ରେ ଥିବା ସତ୍ୟେନ୍ଦ୍ର ଜୈନ୍‌ ମେ ୧୧ ତାରିଖ ଦିନ ଜେଲ୍‌ ପ୍ରଶାସନକୁ ପତ୍ର ଲେଖି ଅନୁରୋଧ କରିଥିଲେ କି, ତାଙ୍କୁ ଅଧିକ କଏଦୀ ଥିବା ପ୍ରକୋଷ୍ଠରେ ରଖାଯାଉ।

ନିଃସଙ୍ଗତା ଯୋଗୁଁ ଅବସାଦଗ୍ରସ୍ତ ରହୁଛନ୍ତି ବୋଲି ଦର୍ଶାଇ ଜୈନ୍‌ କହିଥିଲେ କି, ଏହାର ନିରାକରଣ ପାଇଁ ଅଧିକ ସାମାଜିକ ଭାବ ଆଦାନପ୍ରଦାନ ଆବଶ୍ୟକ ବୋଲି ଜଣେ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି।

publive-image Image Courtesy of Punjab News Express

ଅନ୍ୟୂନ ୨ଜଣ ଲୋକଙ୍କ ସହଚର୍ଯ୍ୟ ଆବଶ୍ୟକ ବୋଲି ଅନୁରୋଧ କରି ସେ ଲେଖିଥିଲେ, ନିଃସଙ୍ଗତା ଯୋଗୁଁ ‌ମତେ ଅବସାଦ ଓ ହତାଶ ଲାଗୁଛି। ଜଣେ ମନୋସ୍ତତ୍ତ୍ବବିତ୍‌ ଅଧିକ ସାମାଜିକ ଭାବ ଆଦାନପ୍ରଦାନ ପାଇଁ ପରାମର୍ଶ ଦେଇଥିବାରୁ ଅନ୍ୟୂନ ଆଉ ୨ଜଣ ବ୍ୟକ୍ତିଙ୍କ ସହିତ ମତେ ରଖିବା ଲାଗି ଅନୁରୋଧ କରୁଛି।

ଚିଠିରେ ସେ ଦୁଇଟି ନାଁ ବି ଉଲ୍ଲେଖ କରିଥିଲେ। ଏହାପରେ ଜେଲ୍‌ ନମ୍ବର ୭ରୁ ୨ଜଣ କଏଦୀଙ୍କୁ ସୁପରିଣ୍ଟେଣ୍ଡେଣ୍ଟ୍‌ ସତ୍ୟେନ୍ଦ୍ରଙ୍କ ସେଲ୍‌କୁ ପଠାଇଥିଲେ।

କିନ୍ତୁ, ପ୍ରଶାସନ ଏକଥା ଜାଣିବା ପରେ ତୁରନ୍ତ ଉକ୍ତ ୨ କଏଦୀଙ୍କୁ ପୁଣି ନିଜ ନିଜର ପ୍ରକୋଷ୍ଠକୁ ଫେରାଇ ନିଆଯାଇଥିଲା ବୋଲି ଜେଲ୍‌ ଅଧିକାରୀମାନେ କହିଛନ୍ତି।

ସେମାନେ କହିଛନ୍ତି, ଜେଲ୍‌ ପ୍ରଶାସନ ସହିତ ଆଲୋଚନା ନ କରି ସୁପରିଣ୍ଟେଣ୍ଡେଣ୍ଟ୍‌ ନିଜେ ଉପରୋକ୍ତ ନିଷ୍ପତ୍ତି ନେଇଥିଲେ। ଏହାଦ୍ବାରା ସୁରକ୍ଷାଜନିତ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe