ବିଳାସପୁର: ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ସୀମା ଗତ ୨୪ ଘଣ୍ଟା ଧରି ଗୁଳି ବିନିମୟରେ ଗୁଞ୍ଜରିତ ହେଉଛି। ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଭୟଙ୍କର ଏନକାଉଣ୍ଟର ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଥିବା ପରି ମନେ ହେଉଛି। ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ କମାଣ୍ଡୋମାନେ ଜଙ୍ଗଲର ନୀରବତାକୁ ଭେଦ କରି  ଛଅ ଜଣ ନକ୍ସଲବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ମାଡଭି ହିଡମା ଏବଂ ତାଙ୍କ ପତ୍ନୀ ରାଜେ ମୃତ୍ୟୁବରଣ କରିଥିବା କୁହାଯାଉଛି । 

Advertisment

ହିଡମା କିଏ ?

ମାଡଭି ହିଡମା ହେଉଛି ଜଣେ କୁଖ୍ୟାତ ନକ୍ସଲ (Naxal) କମାଣ୍ଡର, ଯିଏକି ପିଏଲଜିଏ-୧ (People’s Liberation Guerrilla Army Battalion No 1) ର ମୁଖ୍ୟ ଥିଲା । ସେ ଗତ ଦୁଇ ଦଶନ୍ଧି ଧରି ସୁରକ୍ଷା ବାହିନୀର ସବୁଠାରୁ ବଡ଼ ଚିନ୍ତାର କାରଣ ସାଜିଥିଲା । ସୁରକ୍ଷାବାହିନୀ ଉପରେ ସେ ପ୍ରାୟ ୨୬ରୁ ଅଧିକ ଆକ୍ରମଣ କରିଥିଲା । ସବୁଠାରୁ ପ୍ରମୁଖ ଆକ୍ରମଣ ଥିଲା, ୨୦୧୦ର ଦାନ୍ତେଓ୍ବାଡ଼ା ଆକ୍ରମଣ । ୨୦୧୦ ଏପ୍ରିଲ ୬ ତାରିଖରେ ଦାନ୍ତେଓ୍ବାଡ଼ାର ଚିନ୍ତଲନାରଠାରେ ମାଓବାଦୀମାନେ କରିଥିବା ଗରିଲା ଆକ୍ରମଣରେ ୭୬ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ସେହିପରି ସୁରକ୍ଷାକର୍ମୀଙ୍କ ଜବାବୀ ଆକ୍ରମଣରେ ୬ ନକ୍ସଲ ପ୍ରାଣ ହରାଇଥିଲେ । ଭାରତୀୟ ସୁରକ୍ଷା ବାହିନୀ ଉପରେ ଏହା ଥିଲା ସବୁଠାରୁ ବଡ଼ ନକ୍ସଲ ଆକ୍ରମଣ । ଏହାଛଡ଼ା ସେ ୨୦୧୩ର ଝିରମ ଘାଟି, ୨୦୨୧ର ସୁକମା ବିଜାପୁର ଆକ୍ରମଣ ଘଟାଇଥିବା କୁହାଯାଏ । ଦକ୍ଷିଣ ସୁକମାର ପୂର୍ବାଟି ଗ୍ରାମରେ ଜନ୍ମଗ୍ରହଣ କରିଥିବା ହିଡମା ହିଡମାଲୁ ଓ ସନ୍ତୋଷ ନାମରେ ମଧ୍ୟ ଜଣାଶୁଣା ଥିଲା। 

ଆହୁରି ପଢ଼ନ୍ତୁ:Encounter, 7 Maoists Death: ମାଲକାନଗିରି ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର୍: କୁଖ୍ୟାତ ମାଓ ଦଂପତିଙ୍କ ସମେତ ଟଳିଲେ ୭ ମାଓବାଦୀ

ନକ୍ସଲ ସଂଗଠନକୁ ବଡ଼ ଧକ୍କା 

ସୁରକ୍ଷା ବାହିନୀ ଦ୍ବାରା ଚଳାଯାଇଥିବା ଏହି ଅପରେସନ୍ ନକ୍ସଲ ବିରୋଧୀ ଅଭିଯାନର ସବୁଠାରୁ ପ୍ରଭାବଶାଳୀ ପର୍ଯ୍ୟାୟ ମଧ୍ୟରୁ ଗୋଟିଏ। ବିଭିନ୍ନ ଶୀର୍ଷ ନକ୍ସଲ କମାଣ୍ଡରମାନେ ନିୁପାତ ହେବା ସଂଗଠନ ପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି । ତେବେ ବିଶେଷଜ୍ଞଙ୍କ ମତରେ ହିଡମାର ମୃତ୍ୟୁପରେ ଯେ ନକ୍ସଲ ସଂଗଠନ ସଂପୂର୍ଣ୍ଣ ଅଚଳ ହୋଇଯିବ ତାହା ଭାବିବା ଭୁଲ ।

ଆହୁରି ପଢ଼ନ୍ତୁ: Complaint against SS Rajamouli: ହନୁମାନଙ୍କୁ ଅପମାନିତ କରି ବିବାଦରେ ରାଜାମୌଲି