ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ ହୋଇଥିବା 9/11 ଆତଙ୍କବାଦୀ ଆକ୍ରମଣକୁ ଏବେ ବି ମନେ ରଖାଯାଇଛି। ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଟ୍ୱିନ୍ ଟାୱାର ଉପରେ ଏହି ବଡ଼ ଆତଙ୍କବାଦୀ ଆକ୍ରମଣ ଅଲ-କାଏଦା ପ୍ରତିଷ୍ଠାତା ଓସାମା ବିନ୍ ଲାଡେନ କରିଥିଲା। ଏହି ଘଟଣାକୁ ନେଇ ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏ (CIA)ର ଜଣ ପୂର୍ବତନ ଅଧିକାରୀ ଏବେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।

Advertisment

ପୂର୍ବତନ CIA ଅଧିକାରୀ ଜନ୍ କିରିଆକୋଉ ପ୍ରକାଶ କରିଛନ୍ତି ଯେ ଆମେରିକାରେ 9/11 ଆକ୍ରମଣ ପରେ, ଅଲ-କାଏଦା ପ୍ରତିଷ୍ଠାତା ଏବଂ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନ ମହିଳାଙ୍କ ପୋଷାକ ପିନ୍ଧି ଆଫଗାନିସ୍ତାନର ତୋରା ବୋରା ପର୍ବତ ଦେଇ ପାକିସ୍ତାନ ପଳାଇ ଯାଇଥିଲା।

ଆହୁରି ପଢନ୍ତୁ: Son Death: ମାଆର ଅସୁସ୍ଥତା ହେବା ଦେଖି ସହିପାରିଲାନି, ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲା ପୁଅ

ଚତୁରତାର ସହ ଖସିଯାଇଥିଲା 

ସେ କହିଛନ୍ତି ଯେ ୨୦୦୧ ଅକ୍ଟୋବରରେ ଯେତେବେଳେ ଆମେରିକୀୟ ସେନା ଓ ବାୟୁସେନା ତୋରାବୋରା ପର୍ବତକୁ ଘେରିଯାଇଥିଲା, ଓସାମା ନିଜର ଅନୁବାଦକ ମାଧ୍ୟମରେ ସକାଳ ହେବା ପର୍ଯ୍ୟନ୍ତ ସମୟ ମାଗିଥିଲା । ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ବାହାର କରିବାକୁ ସେ ଏପରି କହିଥିଲା । କିନ୍ତୁ ସେ ନିଜେ ମହିଳା ପୋଷାକ ପିନ୍ଧି ଖସିଯାଇଥିଲା । 

ଜନ୍ କିରିଆକୋଉ ୧୫ ବର୍ଷ ଧରି CIAରେ କାର୍ଯ୍ୟ କରିଥିଲେ ଏବଂ ପାକିସ୍ତାନରେ ଆତଙ୍କବାଦ ବିରୋଧୀ ଅଭିଯାନର ନେତୃତ୍ୱ ମଧ୍ୟ ନେଇଥିଲେ। 

ଆହୁରି ପଢନ୍ତୁ : Ukraine Deal: ଟ୍ରମ୍ପଙ୍କୁ ବଡ ଝଟକା ଦେଲେ ୟୁକ୍ରେନ ରାଷ୍ଟ୍ରପତି! ଆମେରିକା ନୁହେଁ ସ୍ୱିଡ଼େନରୁ ବିମାନ କିଣିବ ୟୁକ୍ରେନ