ଭାରତର ଏହି ରାଜ୍ୟରେ ରହିଛି ମାଂସଖିଆ ଗଛ, ଜାଣନ୍ତୁ ଏହାର ଭଲ ଗୁଣ

ଭାରତର ଏହି ରାଜ୍ୟରେ ରହିଛି ମାଂସଖିଆ ଗଛ, ଜାଣନ୍ତୁ ଏହାର ଭଲ ଗୁଣ

ଗଛ ଖାଏ ମାଂସ... କୀଟ-ପତଙ୍ଗ ଯାହାବି ପଡ଼ନ୍ତି ସବୁ ସଫା କରିଦିଏ...। ଭାରତରେ ରହିଛି ଏଭଳି ଗଛ ଯାହାକି ବିଶ୍ୱାସ ହେଉନି। କିନ୍ତୁ ଏହା ନିରାଟ ସତ । ଆମ ଭାରତରେ ବର୍ଷରେ ଏଭଳି ଏକ ଗଛ ରହିଛି, ଯାହାକୁ ଅନେକ ଲୋକ ବିଶ୍ୱାସ ମଧ୍ୟ କରନ୍ତି ନାହିଁ । କିନ୍ତୁ ଏହି ଗଛର ରହିଛି ଅନେକ ଗୁଡ଼ିଏ ଭଲ ଗୁଣ, ଯାହାକି ମାନବ ସମାଜ ପାଇଁ ଅନେକଗୁଡ଼ିଏ ଉପାଦେୟ ରହିଛି । ଜାଣିବାକୁ ଚାହୁଁଛନ୍ତି ନାଁ, ଏହି ଗଛ କେଉଁଠି ଅଛି ଆଉ ଏହାର ନାଁ କଣ? ଯଦି ଗଛ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ ।

ପାହାଡ଼ି ରାଜ୍ୟ ଉତ୍ତରାଖଣ୍ଡ ସହ ଦକ୍ଷିଣ ହିମାଳୟରେ ଏଭଳି ଗଛ ଦେଖିବାକୁ ମିଳିଛି। ଏହି ଦୁର୍ଲଭ ଗଛର ନାମ ହେଉଛି ‘ଅଟ୍ରିକୁଲେରିଆ ଫସେଲାଟା’। ଏହା ବହୁତ କମ ପରିମାଣ ଦେଖାଯାଇଥାଏ। ତେବେ ଉତରାଖଣ୍ଡରେ ଏହାକୁ ‘ବ୍ଲାଡରୱଷ୍ଟ’ ବୋଲି ମଧ୍ୟ କୁହାଯାଏ। ଗଛକୁ ଖୋଜି ପାଇବା ବହୁତ କଷ୍ଟସାଧ୍ୟ କାମ ବୋଲି କୁହନ୍ତି ବନ ବିଭାଗର କର୍ମଚାରୀ । ୧୦୬ ବର୍ଷ ପୂର୍ବେ ଏହି ଗଛର ସନ୍ଧାନ ମିଳିଥିଲା, ଯାହାକି କି ଦ ଜର୍ଣ୍ଣାଲ ଅଫ ଜାପାନିଜ୍ ବଟନିରେ ପ୍ରକାଶ କରାଯାଇଛି ।

ଭାରତରେ ୧୯୮୬ ମସିହାରେ ଏହି ଗଛ ପ୍ରଥମେ ଦେଖିବାକୁ ମିଳିଥିଲା । ୨୦୨୧ ମସିହାରେ ଉତ୍ତରାଖଣ୍ଡ ବନ ବିଭାଗ ରେଂଜ ଅଫିସର ମନୋଜ ସିଂ ଏହି ଗଛକୁ ଖୋଜିଥିଲେ । କିନ୍ତୁ ଏହା ଏକ ଜଟିଳ କାମ ବୋଲି ସେ କହିଥିଲେ। ବନ ମାଂସଭୋଜି କୁହାଯାଉଥିବା ଅନ୍ୟ ଗଛଙ୍କଠାରୁ ଏହାର ଶାରିରୀକ ଗଠନ କିଛି ଅଲଗା ହୋଇଥାଏ । ଓଦା ମାଟି ଓ ସଫା ପାଣି ପାଖରେ ଏହି ଗଛ ଜନ୍ମ ନେଇଥାଏ । ଏହି ଗଛର ମଧ୍ୟ ଅନେକଗୁଡ଼ିଏ ଭଲଗୁଣ ମଧ୍ୟ ରହିଥିବା ବୈଜ୍ଞାନିକମାନେ କୁହନ୍ତି । ଅଟ୍ରିକୁଲେସିଆ ଫସେଲାଟାର ସନ୍ଧାନ ପାଇବା ପାଇଁ ଅନେକ ଚେଷ୍ଟା କରାଯାଇଛି । କିନ୍ତୁ ଏ ଗଛ ମିଳିବା କଷ୍ଟସାଧ୍ୟ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe