ମହାରାଷ୍ଟ୍ର ପରେ ପଞ୍ଜାବ ଉପରେ ବିଜେପିର ନଜର, ୨୫କୋଟି ଦେଇ ବିଧାୟକ କିଣିବାକୁ ଚାହୁଁଛି: ଆପ୍

Advertisment
ମହାରାଷ୍ଟ୍ର ପରେ ପଞ୍ଜାବ ଉପରେ ବିଜେପିର ନଜର, ୨୫କୋଟି ଦେଇ ବିଧାୟକ କିଣିବାକୁ ଚାହୁଁଛି: ଆପ୍

ଚଣ୍ଡୀଗଡ: ମହାରାଷ୍ଟ୍ର ପରେ ଏବେ ପଞ୍ଜାବ ଉପରେ ପଡ଼ିଛି କି ବିଜେପିର ନଜର? ବିଜେପି ଭାଙ୍ଗିବାକୁ ଚାହୁଁଛି କି ମାନ୍ ସରକାର? ପଞ୍ଜାବରେ କ୍ଷମତାରେ ଥିବା ସରକାର ଆମ୍ ଆଦମୀ ପାର୍ଟି (ଆପ୍) ଆଣିଥିବା ଅଭିଯୋଗ ପରେ ଏଭଳି ଚର୍ଚ୍ଚା ଆରମ୍ଭ ‌ହୋଇଛି। ପଞ୍ଜାବରେ ଭାରତୀୟ ଜନତା ପାର୍ଟି (ବିଜେପି) 'ଅପରେସନ୍ ଲୋଟସ୍' ଆରମ୍ଭ କରିଥିବା କହିଛି ଆପ୍।

ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ରାଜ୍ୟରେ ଭଗୱନ୍ତ ମାନ ନେତୃତ୍ୱାଧୀନ ସରକାରକୁ ହଟାଇବାକୁ ବିଜେପି ଚେଷ୍ଟା କରୁଛି। କେବଳ ଏତିକି ନୁହେଁ ୧୦ଜଣ ବିଧାୟକଙ୍କୁ ୨୦-୨୫କୋଟି ଟଙ୍କା ଦେବାକୁ ଅଫର ଦେଇଥିବା ଆପ୍ ଅଭିଯୋଗ କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚୀମା ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ 'ଅପରେସନ୍ ଲୋଟସ୍' ଆରମ୍ଭ କରିବା ସହ ବିଜେପି କିଛି ଆପ୍ ବିଧାୟକଙ୍କୁ ଯୋଗାଯୋଗ କରିଛି। ବରିଷ୍ଠ ଆପ୍ ନେତା ଦାବି କରିଛନ୍ତି ଯେ ୭ରୁ ୧୦ଜଣ ଆପ୍ ବିଧାୟକଙ୍କୁ ଟଙ୍କା ଏବଂ ମନ୍ତ୍ରୀ ପଦର ଲୋଭ ଦିଆଯାଇ ଯୋଗାଯୋଗ କରାଯାଇଛି।

ଚୀମା କହିଛନ୍ତି ଯେ, ପଞ୍ଜାବରେ ଆମର ବିଧାୟକଙ୍କ ସହ ଯୋଗାଯୋଗ କରାଯାଉଛି। କିଛି ବିଜେପି କର୍ମୀ ଟେଲିଫୋନ୍ ଯୋଗେ ଆମ ବିଧାୟକଙ୍କୁ ଯୋଗାଯୋଗ କରୁଛନ୍ତି। ଦିଲ୍ଲୀର ବଡ ନେତାଙ୍କ ସହ ତାଙ୍କର ସାକ୍ଷାତ ପାଇଁ ବ୍ୟବସ୍ଥା କରାଯିବ ଏବଂ ତାଙ୍କୁ ୨୫କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇ ଦଳ ସହ ବିଶ୍ବାସଘାତକତା କରିବାକୁ କୁହାଯାଇଛି।

ତେବେ ଆପର ଏଭଳି ଆରୋପକୁ ନେଇ ବିଜେପି ପକ୍ଷରୁ କ‌ୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe