ଆମ ଲୋକଙ୍କୁ ଗାୟବ କରୁଛି ଭାରତ : ବାଂଲାଦେଶ

Advertisment

ବାଂଲାଦେଶର ଅନ୍ତରୀଣ ସରକାର ଦ୍ୱାରା ଗଠିତ ଏକ ତଦନ୍ତ ଆୟୋଗ କହିଛି ଯେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଶାସନ କାଳରେ ବାଂଲାଦେଶୀ ନାଗରିକମାନଙ୍କୁ 'ବଳପୂର୍ବକ ଗାୟବ' କରାଯାଉଥିଲା ଓ ଏଥିରେ ଭାରତର ସମ୍ପୃକ୍ତି ରହିଛି।

ବାଂଲାଦେଶର ଅନ୍ତରୀଣ ସରକାର ଦ୍ୱାରା ଗଠିତ ଏକ ତଦନ୍ତ ଆୟୋଗ କହିଛି ଯେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଶାସନ କାଳରେ ବାଂଲାଦେଶୀ ନାଗରିକମାନଙ୍କୁ 'ବଳପୂର୍ବକ ଗାୟବ' କରାଯାଉଥିଲା ଓ ଏଥିରେ ଭାରତର ସମ୍ପୃକ୍ତି ରହିଛି।

yunus

ଢାକା: ବାଂଲାଦେଶର ଅନ୍ତରୀଣ ସରକାର ଭାରତ ସହ କ୍ରମାଗତଭାବେ ସଂପର୍କ ଖରାପ କରିଚାଲିଛନ୍ତି । ଏବେ ଭାରତ ବିରୋଧରେ ଆଉ ଏକ ଅଭିଯୋଗ ଲଗାଇଛି ବାଂଲାଦେଶ ।

ବାଂଲାଦେଶର ଅନ୍ତରୀଣ ସରକାର ଦ୍ୱାରା ଗଠିତ ଏକ ତଦନ୍ତ ଆୟୋଗ କହିଛି ଯେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଶାସନ କାଳରେ ବାଂଲାଦେଶୀ ନାଗରିକମାନଙ୍କୁ 'ବଳପୂର୍ବକ ଗାୟବ' କରାଯାଉଥିଲା ଓ ଏଥିରେ ଭାରତର ସମ୍ପୃକ୍ତି ରହିଛି। ବାଂଲାଦେଶର ସରକାରୀ ନ୍ୟୁଜ୍ ଏଜେନ୍ସି ବିଏସ୍ଏସ୍ ଶନିବାର ଏହି ସୂଚନା ଦେଇଛି। ବାଂଲାଦେଶ ସମ୍ବାଦ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ବାଂଲାଦେଶର ଜବରଦସ୍ତ ନିଖୋଜ ବ୍ୟବସ୍ଥାରେ ଭାରତର ଅଂଶଗ୍ରହଣ ଏକ ସାର୍ବଜନୀନ ରେକର୍ଡର ବିଷୟ ହୋଇ ରହିଛି। '

ବାଂଲାଦେଶ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କମିସନଙ୍କ କହିବା ଅନୁଯାୟୀ, କିଛି ବାଂଲାଦେଶୀ କଏଦୀ ଏବେ ବି ଭାରତୀୟ ଜେଲରେ ରହିପାରନ୍ତି ବୋଲି ସୁରକ୍ଷା ଏଜେନ୍ସିମାନେ ବାରମ୍ବାର ସୂଚନା ଦେଇଆସୁଛନ୍ତି ।

କମିସନଙ୍କ ପକ୍ଷରୁ କୁହାଯାଇଛି “ଆମେ ବୈଦେଶିକ ବ୍ୟାପାର ଏବଂ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେଉଛୁ ଯେ ଏଭଳି ବାଂଲାଦେଶୀ ନାଗରିକମାନଙ୍କୁ ଚିହ୍ନଟ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରନ୍ତୁ, ଯେଉଁମାନେ ଏବେ ବି ଭାରତରେ ବନ୍ଦୀ ଅଛନ୍ତି। ବାଂଲାଦେଶ ବାହାରେ ଏହି ରାସ୍ତା ଆପଣାଇବା କମିଶନଙ୍କ ଅଧିକାର ବାହାରେ। କିଛି ଦିନ ତଳେ କମିସନ ଆକଳନ କରିଥିଲେ ଯେ ନିଖୋଜ ଙ୍କ ସଂଖ୍ୟା ୩୫୦୦ରୁ ଅଧିକ ହେବ।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe